୧୨୫ SHG ଗ୍ରୁପ କୁ ନୋଟିସ

ଭୁବନେଶ୍ୱର : ୧୨୫ ଟି SHG ଗ୍ରୁପ ଉପରେ କଡା କାର୍ଯ୍ୟାନୁଷ୍ଠାନ । ନିମ୍ନମାନର ଛତୁଆ ଯୋଗାଣ ନେଇ ୧୨୫ଟି SHG ଗ୍ରୁପ କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏହା ସହ ୬୩ ଜଣ ଏସଡ଼ିପିଓ ଏବଂ ସୁପରଭାଇଜରଙ୍କୁ ମଧ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ନୋଟିସ୍ କରାଯାଇଛି । ଏନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୃହରେ ଉତ୍ତର ଦେଇଛନ୍ତି । ଆଜି ଗୃହରେ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଭାତୀ ପରିଡା ।

ଅପମିଶ୍ରିତ ଛତୁଆ ନଜରକୁ ଆସିବା ପରେ ଭୁବନେଶ୍ଵରରେ ଷ୍ଟେଟ ଫୁଡ୍ ଟେଷ୍ଟିଂ ଲାବରୋଟେରୀରେ ନମୁନା ପରୀକ୍ଷା କରାଯାଇଥିଲା । ତେବେ ଏହା ନିମ୍ନ ମାନର ଜଣାପଡ଼ିବାରୁ ସମ୍ପୃକ୍ତ ଗ୍ରୁପ୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ମହିଳା ଓ ଶିଶୁ ବିକାଶ ବିଭାଗ ।

ଗତ ମୌସୁମୀ ଅଧିବେଶନରେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ରରେ ନିମ୍ନ ମାନର ଛତୁଆ ଦିଆଯାଉଛି ବୋଲି ପ୍ରସଙ୍ଗ ଉଠିଥିଲା । ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ଛତୁଆ ଗାଈ ବି ଖାଉ ନାହାଁନ୍ତି ବୋଲି କହି ତାସ୍ଚଲ୍ୟ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବାଚସ୍ପତି ସୁରମା ପାଢ଼ୀ ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Launching Ceremony of “AYUSHMAN BHARAT

Comments are closed.