ସୁକେଶ ଚନ୍ଦ୍ରଶେଖରଙ୍କ ବଟି ଆଦାୟ ମାମଲାରେ ଅଭିନେତ୍ରୀ ନୋରାଙ୍କୁ ୬ଘଣ୍ଟା ଜେରା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ପରେ ଏବେ ନେରା ଫହେହୀଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ବଟି ଆଦାୟ ମାମଲାରେ ଜେରା କରାଯାଇଛି । ସୁକେଶଙ୍କ ୨୦୦ କୋଟି ଟଙ୍କା ବଟି ଆଦାୟ ମାମଲା ସହିତ ଅଭିନେତ୍ରୀ ନୋରା ଫତେହୀଙ୍କ ସମ୍ପୃକ୍ତି ରହିଛି । ଏନେଇ ଦିଲ୍ଲୀ ପୋଲିସ ଗତକାଲି ୬ଘଣ୍ଟା ଧରି ଜେରା କରିଛି । ଏହି ମାମଲାର ଜଣେ ସାକ୍ଷୀ ରୂପେ ଦିଲ୍ଲୀ ପୋଲିସର ଅର୍ଥନେତିକ ଅପରାଧ ଶାଖା ନୋରାଙ୍କୁ ଜେରା କରିଥିଲା ।

ସୁକେଶ ଚନ୍ଦ୍ରଶେଖରଙ୍କ ବଟି ଆଦାୟ ମାମଲାରେ ଅଭିନେତ୍ରୀ ନୋରାଙ୍କୁ ୬ଘଣ୍ଟା ଜେରା

ସୂଚନା ଅନୁସାରେ, ନୋରାଙ୍କୁ ପୂର୍ବାହ୍ନ ୧୧ଟା ବେଳେ ଜେରା ଆରମ୍ଭ ହୋଇ ପ୍ରାୟ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିଥିଲା । ଜେରାରେ ସୁକେଶ ଦେଇଥିବା ଉପହାର ବିଏମ୍‌ଡବ୍ଲì୍ୟ କାର୍‌ ପ୍ରସଙ୍ଗରେ ନୋରାଙ୍କୁ ପଚରାଯାଇଥିଲା । ତେବେ ସୁକେଶ ତାଙ୍କୁ ବିଏମ୍‌ଡବ୍ଲì୍ୟ ଉପହାର ଦେଇଛନ୍ତି ବୋଲି ଉଠିଥିବା ଅଭିଯୋଗକୁ ନୋରା ଫତେହୀ ଅସ୍ୱୀକାର କରିଛନ୍ତି । ସେ ପୋଲିସଙ୍କୁ କହିଛନ୍ତି ଯେ, ଚେନ୍ନାଇରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପ୍ରତିବଦଳରେ ଉକ୍ତ କାର୍‌କୁ ସୁକେଶଙ୍କ ପତ୍ନୀ ଲୀନା ମାରିଆ ପାଲ୍‌ ତାଙ୍କୁ ଭେଟି ଦେଇଥିଲେ ।

ସୁକେଶ ଚନ୍ଦ୍ରଶେଖରଙ୍କ ବଟି ଆଦାୟ ମାମଲାରେ ଅଭିନେତ୍ରୀ ନୋରାଙ୍କୁ ୬ଘଣ୍ଟା ଜେରା

ସୂଚନା ଥାଉଯେ, ଫର୍ଟିସ୍‌ ହେଲ୍‌ଥ୍‌କେୟାର୍‌ର ପୂର୍ବତନ ପ୍ରଦ୍ୟୋକ୍ତା ଶିବିନ୍ଦର ସିଂହଙ୍କ ପତ୍ନୀଙ୍କଠାରୁ ୨୦୦ କୋଟି ଟଙ୍କା ବଟି ଆଦାୟ ଅଭିଯୋଗରେ ଗତବର୍ଷ ଦିଲ୍ଲୀ ପୋଲିସ ସୁକେଶ, ତାଙ୍କ ପତ୍ନୀ ଲୀନା ମାରିଆ ପାଲ୍‌ ଏବଂ ଅନ୍ୟମାନଙ୍କ ନାମରେ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା ।

Launching Ceremony of “AYUSHMAN BHARAT

Comments are closed.