ନୋଏଡା ଦୁର୍ଘଟଣା : ନାଳ ଖୋଳାବେଳେ ପାଚେରୀ ଭୁଶୁଡି ୪ ମୃତ

ନୂଆଦିଲ୍ଲୀ : ନୋଏଡ଼ାରେ ଘିଟିଛି ଏକ ବଡ଼ଧରଣର ଦୁର୍ଘଟଣା । ନୋଏଡ଼ାର ସେକ୍ଟର ୨୧ ସ୍ଥିତ ଜଳବାୟୁ ବିହାରରେ ରେ ଥିବା ଏକ ପାଚେରୀ ଭାଙ୍ଗିବା ଦ୍ୱାରା ୪ଜଣଙ୍କ ମୃତ୍ୟୁ ଘଟିବା ସହିତ ୯ ଜଣ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନସୁଦ୍ଧା ଆଉକିଛି ଜଣ ଭଙ୍ଗ ପାଚେରୀ ତଳେ ଦାବି ରହିଥିବା ଆଶଙ୍କା କରାଯାଉଛି I ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ, ସେକ୍ଟର ୨୧ରେ ଥିବା ଏକ ପାଚେରୀ କଡ଼ରେ ଥିବା ଏକ ନାଳର ସଫେଇ କାମ ଚାଲୁଥିବା ସମୟରେ,ପାଚେରୀଟି ଶ୍ରମିକ ମାନଙ୍କ ଉପରେ ଢଳି ପଡିଥିଲା । ଯାହାଫଳରେ କିଛି ଶ୍ରମିକ ପାଚେରୀ ତଳେ ଚାପି ହୋଇରହିଥିଲା । ତୁରନ୍ତ ସେମାନଙ୍କୁ ଉଦ୍ଧାର କାମ ଆରମ୍ଭ ହୋଇଥିଲା । ସଙ୍ଗେ ସଙ୍ଗେ ୩ଟି ଜେସିବିକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । କିନ୍ତୁ ସେତେବେଳକୁ ୪ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ବାକି ଗୁରୁତର ଥିବା ୯ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଦୁର୍ଘଟଣା ସଂପର୍କରେ ସୂଚନା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ଏହାସହିତ ସ୍ଥାନୀୟ ପ୍ରଶାସନ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କିପରି ଓ କେଉଁଭଳି ପରିସ୍ଥିତିରେ ପାଚେରୀ ଭୁଶୁଡିଲା । ଏହାର ସଠିକ୍‌ କାରଣ ଖୋଜି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।

ସେହିପରି ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Comments are closed.