ଦିଲ୍ଲୀ: ଉତ୍ତର ପ୍ରଦେଶ ମଦ୍ରାସାକୁ ମିଳୁଥିବା ସ୍କଲାରସିପ୍କୁ ନେଇ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ମଦ୍ରାସାରେ ପଢ଼ୁଥିବା ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆଉ ସ୍କଲାରସିପ୍ ମିଳିବ ନାହିଁ । ତେବେ ପୂର୍ବପରି ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ମିଳିବ ବୋଲି କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ସୂଚନା ଅନୁସାରେ, ମଦ୍ରାସାଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ମାଗଣା ଶିକ୍ଷା ଦାନ କରାଯାଉଛି । ଏହାସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେଉଛି । ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟ ପୁସ୍ତକ ମିଳିବା ସହ ମଧ୍ୟାହ୍ନ ଭୋଜନ ମଧ୍ୟ ମିଳୁଛି । ଦେଶର ସବୁ ମଦ୍ରାସାର ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲାଙ୍କୁ ୧୦୦୦ ଟଙ୍କା ଲେଖାଏଁ ଛାତ୍ରବୃତ୍ତି ମିଳୁଥିବା ବେଳେ ପଞ୍ଚମରୁ ଅଷ୍ଟମ ଯାଏଁ ଅଲଗା ଅଲଗା କୋର୍ସ ମୁତାବକ ଛାତ୍ରବୃତ୍ତି ମିଳୁଥିଲା । ପାଖାପାଖି ୧୬,୫୫୮ ମଦ୍ରାସାର ୫ଲକ୍ଷରୁ ଅଧିକ ଛାତ୍ରଙ୍କୁ ସ୍କଲାରିସପ୍ ମିଳୁଥିଲା । ଏପରି କ୍ଷେତ୍ରରେ ୧ମ ଶ୍ରେଣୀରୁ ୮ମ ଶ୍ରେଣୀମାନଙ୍କର ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସ୍କଲାରସିପକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
Comments are closed.