କାଲି ହେଲାନି ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗନ ନୀତି । ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ମଙ୍ଗନ କାର୍ଯ୍ୟ ବନ୍ଦ ରହିଛି । ମଙ୍ଗନ ହୋଇନଥିବାରୁ ଶୀତଳଷଷ୍ଠୀ ବା ଶିବ ବିବାହ ସମ୍ପୂର୍ଣ୍ଣ ହେବା ଉପରେ ଏବେ ଆଶଙ୍କା ଦେଖାଦେଇଛି । ତେବେ ଖବର ଅନୁସାରେ ପୂର୍ବ ଦାବି ପୂରଣ ହୋଇନଥିବାରୁ ଅସହଯୋଗ କରିଛନ୍ତି ଉଭୟ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ସେବାୟତଙ୍କୁ ପୂର୍ବରୁ ଦିଆଯାଇଥିବା ଜମି ଠାକୁରଙ୍କ ଖାତାକୁ ଫେରିଯିବା ଏବଂ କପିଳନାଥ ଓ ପ୍ରଭୁ ଲିଂଗରାଜଙ୍କ ସେବାୟତଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ନହେବାରୁ ଅସହଯୋଗ କରିଛନ୍ତି ଉଭୟ ନିଯୋଗ । ତେବେ ଆଗକୁ ଶିତଳ ଷଷ୍ଠୀ ପାଇଁ ହେବାରୁ ଥିବା ନୀତିକାନ୍ତି ଠିକରେ ହେବ କି ନାହିଁ ତାକୁ ନେଇ ଚିନ୍ତା ବଢିଛି । ହଠାତ ସେବାୟତ ଓ ନିଯୋଗମାନଙ୍କର ଅସହଯୋଗ ପାଇଁନୀତିରେ କୌଣସି ଅସୁବିଧା ନହେଉ ସେଥିପାଇଁ ଚିନ୍ତାରେ ପ୍ରଶାସନ । ତେବେ ଆଗକୁ ଶିତଳ ଷଷ୍ଠୀ ପାଇଁ ସବୁଆଡେ ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଥିବା ବେଳେ ଖାଁ ଖାଁ ପଡିଛି ପ୍ରଭୁ ଲିଙ୍ଗରାଜଙ୍କ ପିଠ । ତେବେ ଯାତ୍ରା ହେବ କି ନାହିଁ ତାକୁ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Comments are closed.