ମୁମ୍ବାଇ : ହୋଲି ପରଦିନ ସକାଳେ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ଦୁଖଦଃ ଖବର I ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି। ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ବୁଧୁବାର ଦିନ ମୁମ୍ବାଇର ଜୁହୁସ୍ଥିତ ଶବାନା ଆଜମୀଙ୍କ ଘରେ ଆୟୋଜିତ ହୋଲି ପାର୍ଟିରେ ଖୁବ ମଜ୍ଜା ମସ୍ତିରେ ହୋଲି ଖେଳିଥିବା ସତୀଶ I ତାଙ୍କର ଅସମୟ ମୃତ୍ୟୁକୁ କେହି ସହଜ ରେ ଗ୍ରହଣ କରିପାରୁ ନାହାନ୍ତି I ସେ’ମିଷ୍ଟର ଇଣ୍ଡିଆ’ଚଳଚ୍ଚିତ୍ରରେ କ୍ୟାଲେଣ୍ଡର ଚରିତ୍ରରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଥିଲେ I
ସତୀଶ କୌଶିକ ୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା। କଲେଜ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଓ ପୁନେର ଏଫ୍ଟିଆଇଆଇରେ ଅଧ୍ୟୟନ କରିଥିଲେ। ବଲିଉଡ୍ ଫିଲ୍ମ ମିଷ୍ଟର ଇଣ୍ଡିଆ, ଦିୱାନା ମସ୍ତାନା, ରାମ୍ଲକ୍ଷ୍ମଣ, ସାଜନ୍ ଚଲେ ଶଶୁରାଲ ଆଦି ଛବିରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ସେ ଦୁଇଥର ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ।
ମୃତ୍ୟୁ ପୂର୍ବରୁ ସମ୍ପୂର୍ଣ୍ଣ ଠିକ୍ ଥିବା ସହ ସୋଶାଲ ମିଡିଆରେବି ଖୁବ୍ ଆକ୍ଟିଭ ଥିଲେ ସତୀଶ କୌଶିକ । ମୃତ୍ୟୁ ପୂର୍ବରୁ ହସି ହସି ଟ୍ୱିଟ୍ର ଓ ଫେସ୍ବୁକରେ ଫଟୋ ସେୟାର କରିଥିଲେ ସତୀଶ। ନିଜ ପ୍ରଶଂସକ ଓ ବନ୍ଧୁମାନଙ୍କୁ ହୋଲି ଶୁଭେଚ୍ଛା ଦେଇଥିଲେ । ଫଟୋରେ ସଙ୍ଗୀତକାର ଜାଭେଦ ଅଖତର, ମହିମା ଚୌଧୁରୀ, ଅଲି ଫେଜଲ ଓ ରିଚା ଚଡ୍ଡାଙ୍କ ସହ ନଜର ଆସିଥିଲେ। ସେ ଗତକାଲି ମୁମ୍ବାଇର ଜୁହୁ ସ୍ଥିତ ଜାନକୀ କୁଟିରରେ ହୋଲି ଖେଳିଥିବା ନେଇ ସୂଚନା ଦେଇଥିଲେ। ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସମସ୍ତଙ୍କୁ ହୋଲି ଶୁଭେଚ୍ଛା ଜଣାଇଥିଲେ। ଏହି ଟ୍ୱିଟ ମାର୍ଚ୍ଚ ୭ ତାରିଖ ରାତି ୧୧.୨୭ରେ କରିଥିଲେ ।
Colourful Happy Fun #Holi party at Janki Kutir Juhu by @Javedakhtarjadu @babaazmi @AzmiShabana @tanviazmi.. met the newly wed beautiful couple @alifazal9 @RichaChadha.. wishing Happy Holi to everyone 🌹🌹🌹🌺🌺🌺🌺 #friendship #festival #Holi2023 #colors pic.twitter.com/pa6MqUKdku
— satish kaushik (@satishkaushik2) March 7, 2023
ଘଟଣାଦିନ ମୁମ୍ବାଇରେ ହୋଲି ଖେଳ ପରେ ସେ ଦିଲ୍ଲୀସ୍ଥିତ ଗୁରଗ୍ରାମରେ ରହୁଥିବା ନିଜ ପରିବାର ସହ ହୋଲି ସେଲିବ୍ରେଶନ କରିବାକୁ ଚାଲି ଯାଇଥିଲେ। କିନ୍ତୁ ସେଠାରେ ହୋଲି ଖେଳିବା ପରେ ସେ ଅଣନିଶ୍ୱାସୀ ଅନୁଭବ କଲେ। ଏହାପରେ ତାଙ୍କୁ ନିକଟସ୍ଥ ଫୋରଟିସ୍ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ସତୀଶ କୌଶିକ ଆଖି ବୁଜି ଦେଇଥିଲେ। ସେଠାରୁ ତାଙ୍କ ମୃତଦେହକୁ ଦିଲ୍ଲୀସ୍ଥିତ ଦିନ ଦୟାଲ ହସ୍ପିଟାଲ ନିଆଯାଇଛି। ସେଠାରେ ଆଜି ତାଙ୍କର ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ଆଜି ମୁମ୍ବାଇ ଅଣାଯିବ । ମୁମ୍ବାଇରେ ହିଁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।
ସତୀଶଙ୍କ ମୃତ୍ୟୁ ଖବର ସମଗ୍ର ବଲିଉଡକୁ ଶକ୍ତ ଧକ୍କା ଦେଇଛି। ସତୀଶଙ୍କ ନିକଟିମ ବନ୍ଧୁ ଅନୁପମ ଖେର ଟ୍ୱିଟ କରି ସତୀଶଙ୍କ ମୃତ୍ୟୁ ସମ୍ପର୍କରେ ଫ୍ୟାନ୍ସଙ୍କ ଜଣାଇବା ସହ କଙ୍ଗନା ରଣାୱତ, ରିତେଶ ଦେଶମୁଖ, ବିବେକ ଅଗ୍ନିହୋତ୍ରୀ, ମନୋଜ ଯୋଶୀ, ସୁନୀଲ ସେଟ୍ଟି ପ୍ରମୁଖ ଟ୍ୱିଟ କରି ତାଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି I
जानता हूँ “मृत्यु ही इस दुनिया का अंतिम सच है!” पर ये बात मैं जीते जी कभी अपने जिगरी दोस्त #SatishKaushik के बारे में लिखूँगा, ये मैंने सपने में भी नहीं सोचा था।45 साल की दोस्ती पर ऐसे अचानक पूर्णविराम !! Life will NEVER be the same without you SATISH ! ओम् शांति! 💔💔💔 pic.twitter.com/WC5Yutwvqc
— Anupam Kher (@AnupamPKher) March 8, 2023

Comments are closed.