ଶକ୍ତି ପରୀକ୍ଷାରେ ନୀତୀଶଙ୍କ ବାଜିମାତ

ପାଟନା: ଫ୍ଲୋର ଟେଷ୍ଟରେ ବାଜି ମାରିଲେ ନୀତୀଶ କୁମାର । ଆଜି ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଆସ୍ଥା ଭୋଟରେ ବିଜୟ ଲାଭ କରିଛନ୍ତି । ନିକଟରେ ବିଜେପି ହାତ ଛାଡ଼ି ମହାମେଣ୍ଟ ସହ ହାତ ମିଳାଇ ନୀତିଶ କୁମାର ନୂଆ ସରକାର ଗଠନ କରିଥିଲେ ।

ଭୋଟିଂ ପୂର୍ବରୁ ଆଜି ନୀତିଶ କୁମାର ଆଜି ତାଙ୍କ ଭାଷଣ ଚାଲୁଥିଲା ବେଳେ ବିଜେପି ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ । ବିଜେପିର ଗୃହ ତ୍ୟାଗ ପରେ ହୋଇଥିବା ଆସ୍ଥା ଭୋଟରେ ନୀତୀଶ କୁମାର ଆବଶ୍ୟକ ସଂଖ୍ୟା ୧୬୦ଟି ଭୋଟ୍‌ ପୂରଣ କରିପାରିଥିଲେ । ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ସରକାରକୁ ୧୬୪ ଜଣ ବିଧାୟକ ସମର୍ଥନ କରିଥିବା ବେଳେ ସଂଖ୍ୟାଗରିଷ୍ଠତା ପ୍ରାମାଣ କରିଥିଲେ ନୀତିଶ । ଆଜି କନଫିଡେନ୍ସ ମୋସନରେ ହୋଇଥିବା ବିତର୍କରେ ଆରଜେଡି ମୁଖ୍ୟ ତେଜସ୍‌ୱୀ ଯାଦବ ଭାଗ ନେଇ ନୂଆ ପାର୍ଟନରସିପ ଏକ ଐତିହାସିକ ସାବ୍ୟସ୍ତ ହେବ ବୋଲି କହିଥିଲେ । ଏହି ଇନିଂସ କେବେ ଶେଷ ହେବନି ।

ଏହା ଐତିହାସିକ ହେବଛ ଆମ ଯୋଡ଼ି ଲମ୍ବା ସମୟ ଧରି କାଏମ ରହିବ । କେହି ସମ୍ପର୍କ ତୁଟାଇ ପଳାଇ ଯିବେ ନାହିଁ ବୋଲି ତେଜସ୍‌ୱୀ କହିଥିଲେ । ତେବେ ବିଜେପି ନେତା ତାରା କିଶୋର ପ୍ରସାଦ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଥିଲେ । କହିଥିଲେ ନୀତୀଶ କୁମାର ରାଜନୀତିରେ ବିଶ୍ୱସନୀୟତା ହରାଇ ସାରିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.