ବିହାର ରାଜନୀତିରେ ହଟଚମଟ: ବିଜେପି ସହିତ ମେଣ୍ଟ ଭାଙ୍ଗିଲେ ନୀତିଶ କୁମାର

ପାଟନା: ବିହାର ରାଜ୍ୟର ରାଜନୈତିକ ପାଣିପାଗ ବଦଳିପାରେ ଆଉ ବିହାରରେ କିଛି ବଡ଼ ରାଜନୈତିକ ଘଟଣା ଘଟିପାରେ ବୋଲି ଯାହା ଆଶା କରାଯାଉଥିଲା, ତାହା ଆଜି ସତ ହୋଇଛି । ବିହାରରେ ଶାସନ କରୁଥିବା ଜନତା ଦଳ (ସଂଯୁକ୍ତ) ଓ ବିଜେପି ମେଣ୍ଟ ଭାଙ୍ଗିଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଜେଡିୟୁର ସାଂସଦ ଓ ବିଧାୟକଙ୍କୁ ନେଇ ଡାକିଥିବା ବୈଠକ ଶେଷ ହେବା ପରେ ଏହି ଖବର ସାମ୍ନାକୁ ଆସିଛି । ଜେଡିୟୁ ନିଜ ଆଡୁ ଭାରତୀୟ ଜନତା ପାର୍ଟି(ବିଜେପି) ସହ ନିଜର ମେଣ୍ଟ ଭଙ୍ଗ କରିଛି । ଏହି ମେଣ୍ଟ ଭଙ୍ଗ କରିବା ପରେ ଆଜି ଅପରାହ୍ନ ୪ଟାରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟିବାକୁ ଯିବେ ବୋଲି ସୂଚନା ରହିଛି । ଏଣୁ ଆଗାମୀ ତିନି-ଚାରି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ସୂଚନା ଥାଉଯେ, ଗତକାଲି ଏନଡିଏରେ ଥିବା ଜେଡିୟୁ ଏହାର ସମସ୍ତ ସାଂସଦ, ବିଧାୟକ / ଏମ୍‌ଏଲସିଙ୍କୁ ପାଟନାକୁ ଡକାଇଥିଲେ । ଉକ୍ତ ବୈଠକକୁ ନେଇ ଜେଡିୟୁର ଜାତୀୟ ସଭାପତି ଲଲନ ସିଂ କହିଛନ୍ତି ଯେ, ଆରସିପି ସିଂହଙ୍କ ପାଇଁ ଉପୁଜୁଥିବା ପରିସ୍ଥିତିକୁ ବିଚାର କରିବାକୁ ସମସ୍ତଙ୍କୁ ଡକାଯାଇଥିଲା । ସେପଟେ ବିଜେପିର ଦୁଇ ବଡ଼ ନେତା ବିହାରରୁ ଦିଲ୍ଲୀ ଯାଇଥିଲେ । ବିହାରର ଶିଳ୍ପ ମନ୍ତ୍ରୀ ତଥା ଶାହନାୱାଜ ହୁସେନ୍‌ ଓ ସାଂସଦ ରବି ଶଙ୍କର ପ୍ରସାଦ ଦିଲ୍ଲୀ ଯାଇଥିଲେ । ତାଙ୍କୁ କେନ୍ଦ୍ରୀୟ ନେତୃତ୍ୱ ଡାକିଛନ୍ତି ବୋଲି କୁହାଯାଉଛି । ବିହାରରେ ଉପୁଜିଥିବା ପରିସ୍ଥିତି ବାବଦରେ ଆଲୋଚନା କରାଯାଇଥିଲା । ଅନ୍ୟ

ଏକ ସୂତ୍ରରୁ ସୂଚନା ମଧ୍ୟ ମିଳୁଛି ଯେ, ବିଜେପିର ଶୀର୍ଷ ନେତୃତ୍ୱଙ୍କ ପକ୍ଷରୁ କୁହାଯାଇଛି ଯେ ଗଠବନ୍ଧନ ପ୍ରସଙ୍ଗରେ କୌଣସି ନେତା ବୟାନ ଦେବେ ନାହିଁ । ତେଣୁ ବିହାରର ନୂତନ ରାଜନୈତିକ ପରିସ୍ଥିତି ଉପରେ ନିଷ୍ପତ୍ତି ନେବାକୁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଚିନ୍ତା କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ, ଆରଜେଡି ପକ୍ଷରୁ କୁହାଯାଇଛି ଯେ ନୀତୀଶ କୁମାର ବିଜେପିରୁ ଅଲଗା ହେଲେ ମଧ୍ୟ, ଆରଜେଡି ନୀତୀଶ କୁମାରଙ୍କୁ ସମର୍ଥନ କରିବ । ଅନ୍ୟପଟେ ନୀତୀଶ କୁମାର ମଧ୍ୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ନୀତୀଶ କୁମାର ସୋନିଆ ଗାନ୍ଧୀଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହା ପରେ ସମସ୍ତ କଂଗ୍ରେସ ବିଧାୟକଙ୍କୁ ପାଟନାକୁ ଡକାଯାଇଥିଲା ।

Launching Ceremony of “AYUSHMAN BHARAT

Comments are closed.