ଭୁବନେଶ୍ୱର :ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ) ପେପର ଲିକ ମାମଲାରେ ଭୁବନେଶ୍ଵରରୁ ଜଣେ ଗିରଫ। ସୁଶାନ୍ତ ସାମନ୍ତ ନାମକ ଜଣେ ଯୁବକଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ସିବିଆଇ I ପ୍ରଶ୍ନପତ୍ର ବିତରଣରେ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସୁଶାନ୍ତଙ୍କୁ ଗିରଫ କରି ପାଟନା କୋର୍ଟରେ ହାଜର କରିଥିଲା ସିବିଆଇ। କୋର୍ଟରେ ହାଜର ପରେ ସିବିଆଇ ସୁସାନ୍ତକୁ ୫ ଦିନିଆ ରିମାଣ୍ଡରେ ନେଇଛି। ତେବେ ସିବିଆଇ ୧୦ ଦିନ ରିମାଣ୍ଡ ପାଇଁ ନିବେଦନ କରିଥିଲା ।
ସୂଚନାନୁସାରେ, ସିବିଆଇ ନିଟ୍ ୟୁଜି ପେପର ଲିକ୍ ମାମଲାରେ ଶନିବାର ଭୁବନେଶ୍ୱରରୁ ଜଣେ ଅଭିଯୁକ୍ତ ସୁଶାନ୍ତ ସାମନ୍ତଙ୍କୁ ଗିରଫ କରିଥିଲା । ଏହା ପରେ ସୋମବାର ପାଟନା ସ୍ଥିତ ସିବିଆଇର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ କୋର୍ଟରେ ସୁଶାନ୍ତଙ୍କୁ ହାଜର କରାଯାଇଥିଲା । ସିବିଆଇ ଅଭିଯୁକ୍ତକୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟକୁ ନିବେଦନ କରିଥିଲେ କିନ୍ତୁ କୋର୍ଟ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ଏହି ମାମଲାରେ ୪୨ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କରିସାରିଛି । ଓଡ଼ିଶାରୁ ଏହି ମାମଲାରେ ୪ ଜଣ ଗିରଫ ହୋଇସାରିଲେଣି I ଏହା ପୂର୍ବରୁ ଗତ ୪ ଅଗଷ୍ଟରେ ସିବିଆଇ ସଲଭର ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗିରଫ କରିଥିଲା। ସଲଭର ସନ୍ଦୀପ ରାଜସ୍ଥାନର ଭିଲୱାଡା ମେଡିକାଲ କଲେଜରେ ଏମବିବିଏସ କରୁଛି। ସଲଭରକୁ ଗିରଫ ପରେ ପାଟନା କୋର୍ଟରେ ହାଜର କରାଯାଇଥିଲା। ଏହାପରେ ସନ୍ଦୀପକୁ ମଧ୍ୟ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।
Comments are closed.