ଫୋର୍ବସ ପତ୍ରିକା: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଭାରତର ନିର୍ମଳା ସୀତାରମଣ ଏବଂ ଫାଲଗୁନୀ ନାୟାର

ଦିଲ୍ଲୀ: ଡିସେମ୍ବର ୦୮: ଅର୍ନ୍ତରାଷ୍ଟ୍ରୀୟ ଲୋକପ୍ରିୟ ପତ୍ରିକା ଫୋର୍ବସ ବିଶ୍ୱର ଶକ୍ତିଶାଳୀ ମହିଳାଙ୍କ ନାମ ତାଲିକା ପ୍ରକାଶ କରିଛି । ଏଥିରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମ ଭାରତର ସବୁଠାରୁ ଶକ୍ତିଶାଳୀ ମହିଳା ଭାବେ ପ୍ରକାଶ ପାଇଛି । ତାଲିକାରେ ତାଙ୍କ ସ୍ଥାନ ୩୭ ନମ୍ବରରେ ରହିଛି । ପୂର୍ବରୁ ଫୋର୍ବସ ସୀତାରମଣଙ୍କୁ ତୃତୀୟ ଥର ପାଇଁ ବିଶ୍ୱର ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ଦେଇଛି । ଚଳିତ ଥର ସୀତାରମଣ ଚଳିତ ବର୍ଷ ତାଲିକାରେ ବହୁ ଉପରକୁ ଉଠିଛନ୍ତି । ସେ ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ଜନେତ ୟାଲେନଙ୍କୁ ପଛରେ ପକାଇଛନ୍ତି ।

ସେହିପରି ଚଳିତ ବର୍ଷ ପ୍ରଥମଥର ପାଇଁ ଫୋର୍ବସ ନାଇକା ବ୍ରାଣ୍ଡର ସିଇଓ ଫାଲଗୁନୀ ନାୟାରଙ୍କୁ ସ୍ଥାନ ଦେଇଛି ।

ଫୋର୍ବସ ପତ୍ରିକା: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଭାରତର ନିର୍ମଳା ସୀତାରମଣ ଏବଂ ଫାଲଗୁନୀ ନାୟାର
ନାଇକା ବ୍ରାଣ୍ଡର ସିଇଓ ଫାଲଗୁନୀ ନାୟର

ପ୍ରକାଶିତ ତାଲିକାରେ ସେ ୮୮ ନମ୍ବର ସ୍ଥାନ ପାଇଛନ୍ତି । ଫାଲଗୁନୀ ପ୍ରଥମେ ସେୟାର ବଜାରରେ ନିଜ କମ୍ପାନୀର ଭଲ ଶୁଭାରମ୍ଭ କରି ବର୍ତ୍ତମାନ ଦେଶର ୭ତମ ଆରବପତି ମହିଳା ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

ସୂଚନା ଥାଉଯେ, ଏଚ୍‌ସିଏଲ ଟେକ୍ନୋଲୋଜୀର ଚେୟାରମ୍ୟାନ ରୋଶନୀ ନାଡର ବି ଏହି ତାଲିକାର ୫୨ ନମ୍ବର ସ୍ଥାନରେ ରହିଛନ୍ତି ।

ଫୋର୍ବସ ପତ୍ରିକା: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଭାରତର ନିର୍ମଳା ସୀତାରମଣ ଏବଂ ଫାଲଗୁନୀ ନାୟାର
ଏଚ୍‌ସିଏଲ ଟେକ୍ନୋଲୋଜୀର ଚେୟାରମ୍ୟାନ ରୋଶନୀ ନାଡର

ନାଡର ଦେଶର ଆଇଟି କମ୍ପାନୀର ମୁଖ୍ୟଭାବେ ପ୍ରଥମ ମହିଳା ଅଟନ୍ତି । ଏହାସହ ଫୋର୍ବସ ତାଲିକାରେ ବାଇକନର ଫାଉଣ୍ଡର କିରଣ ମଜୁମଦାରଙ୍କ ନାମ ମଧ୍ୟ ସାମିଲ ଅଛି । ସେ ଏହି ତାଲିକାର ୭୨ ନମ୍ବର ସ୍ଥାନରେ ରହିଛନ୍ତି ।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳା ତାଲିକାରେ ମାକ୍‌କେନଜି ସ୍କଟ ପ୍ରଥମ ସ୍ଥାନରେ ରହିଛନ୍ତି । ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଅମାଜନ ଗ୍ରୁପର ମାଲିକ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ ଅଟନ୍ତି ।

ଫୋର୍ବସ ପତ୍ରିକା: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଭାରତର ନିର୍ମଳା ସୀତାରମଣ ଏବଂ ଫାଲଗୁନୀ ନାୟାର
ମାକ୍‌କେନଜି ସ୍କଟ ଏବଂ ଜେଫ ବେଜୋସ

ତାଲିକାର ଦ୍ୱିତୀୟ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କ ନାମ ସ୍ଥାନ ପାଇଛି ।

Govt

Comments are closed.