ମୁମ୍ବାଇ: ସେପ୍ଟେମ୍ବର ୧୫: ମୁମ୍ବାଇର ସାକିନାକା ଦୁଷ୍କର୍ମ ଓ ନୃଶସ ହତ୍ୟା ଘଟଣା ପରେ ମୁମ୍ବାଇ ପୋଲିସ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ର୍ନିଭୟା ସ୍କ୍ୱାଡ୍ ଗଠନ କରିବେ । ଏହି ସ୍କ୍ୱାଡ୍ ମହିଳାମାନଙ୍କୁ ସୁରକ୍ଷା ଦେବା ସହିତ ସଚେତନ କରାଇବ । ମୁମ୍ବାଇର ପ୍ରତି ଥାନାରେ ଏହି ସ୍କାଡ୍ କାମ କରିବ । ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ଉପରେ ରୋକ ଲଗାଇବା ଲାଗି ମୁମ୍ବାଇ ପୋଲିସ ଏହି ନିଷ୍ପତ୍ତି ମଙ୍ଗଳବାର ନେଇଛି । ପୋଲିସ କମିଶନର ହେମନ୍ତ ନାଗରାଲେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତି ୫ଟି ଥାନାକୁ ନେଇ ଜଣେ ନୋଡାଲ ଅଫିସର ରହିବେ । ଜଣେ ମହିଳା ଆସିଷ୍ଟାଣ୍ଟ ପୋଲିସ କମିଶନର କିମ୍ବା ମହିଳା ଇନ୍ସପେକଫରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯିବ । ମୋଟ୍ ଉପରେ ଏହି ସ୍କ୍ୱାଡରେ ଜଣେ ମହିଳା ସବ୍ ଇନ୍ସପେକଫର, ମହିଳା କନେ୍ଷଫବଲ, ପୁରୁଷ କନେ୍ଷଫବଲ୍ ଏବଂ ଡ୍ରାଇଭର ରହିବେ । ଏହି ସ୍କ୍ୱାଡ୍ ମୁମ୍ବାଇର ଗଳି ଗଳିରେ ପେଟ୍ରୋଲିଂ କରିବେ । ସମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଏନ୍ଜିଓ ମଧ୍ୟ ଏହି ସ୍କ୍ୱାଡ୍ରେ ମିଶି କାର୍ଯ୍ୟ କରିବେ । ଶିଶୁ, ଅନାଥ ପିଲା, ବାଳାଶ୍ରମ, ମହିଳା ହଷ୍ଟେଲ ଉପରେ ମଧ୍ୟ ଏହି ସ୍କ୍ୱାଡ୍ ନଜର ରଖିବ ।
ର୍ନିଭୟା ସ୍କ୍ୱାଡ୍ଙ୍କୁ ଉତ୍ସାହିତ କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀ ମାସିକ ପୁରସ୍କାର ଘୋଷଣା କରିବେ । ଉତ୍ତମ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ପୁରସ୍କାର ଦିଆଯିବ । ସ୍ୱତନ୍ତ୍ର ପ୍ରଶିକ୍ଷଣ ଗ୍ରହଣ କରି ଏହି ସ୍କ୍ୱାଡ୍ ବିଦ୍ୟାଳୟ, ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ କରିବ । ଏଥିସହିତ ଏକ ଅଭିଯୋଗ ବାକ୍ସ ମଧ୍ୟ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ସ୍ଥାନରେ ରଖାଯିବ । ମହିଳାଙ୍କ ସୁରକ୍ଷା ଦିଗରେ ଗୁରୁତ୍ୱ ଦେବା ଲାଗି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ମୁମ୍ବାଇ ଡିଜିପି ଏବଂ ଉଚ୍ଚ ପୋଲିସ ଅଧିକାରୀଙ୍କ ମଧ୍ୟରେ ଏନେଇ ଏକ ଆଲୋଚନା ମଧ୍ୟ ହୋଇସାରିଛି ।

ସୂଚନା ଥାଉଯେ, କିଛି ଦିନ ତଳେ ମୁମ୍ବାଇ ସ୍ଥିତ ଅନ୍ଧେରି ଇଷ୍ଟର ସାକିନାକା ଅଞ୍ଚଳରେ ଜଣେ ମହିଳାଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରୁଥିବା ନେଇ ପୋଲିସ କଣ୍ଟ୍ରୋଲ ରୁମ୍କୁ ଖବର ଆସିଥିଲା । ଖବର ପାଇବା ମାତ୍ରେ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରିଥିଲା । ଏହାପରେ ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମହିଳାଙ୍କୁ ଦୁଷ୍କର୍ମ କରାଯିବା ସହ ଅତି ର୍ନିମମ ଭାବେ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା । ମହିଳାଙ୍କ ଅବସ୍ଥା ସଙ୍କାପନ୍ନ ରହିଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ପରଦିନ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ମହିଳାଙ୍କ ସୁରକ୍ଷାକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ୱର ଉଠିଛି ।

Comments are closed.