ଅନୁଗୁଳ :ସ୍କୁଲ ଛୁଟି ବେଳେ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଗଣ୍ଡଗୋଳ । ଦଶମ ଶ୍ରେଣୀ ଛାତ୍ରଙ୍କ କଟୁରୀ ଚୋଟରେ ନବମ ଶ୍ରେଣୀ ଛାତ୍ର ଗୁରୁତର । ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଧାରମଣପଡା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ର ଓ ହାତିଶାଳପଡା ଅଂଚଳର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମଧ୍ୟରେ କିଛିଦିନ ପୂର୍ବରୁ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଝଗଡା ହୋଇଥିଲା । ଆଜି ସ୍କୁଲ ଛୁଟି ହେବା ପରେ ସ୍କୁଲ ଫାଟକ ଆଗରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ଘରକୁ ଯାଉଥିବା ବେଳେ ତାଙ୍କୁ ହଠାତ୍ ଏକ ମାଂସ କଟା କଟୁରୀରେ ଦଶମ ଶ୍ରେଣୀ ଛାତ୍ର ଜଣକ ଆକ୍ରମଣ କରିଥିଲା । ମୁଣ୍ଡରେ କଟୁରୀ ଚୋଟ ଯୋଗୁଁ ଆହତ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରିବାର ଲୋକ ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
Comments are closed.