ଝାରସୁଗୁଡା : ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୧୦ ଦିନ ବିତିଗଲାଣି । ଏହା ଭିତରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ର ଆଜି ଭଏସ୍ ଆନାଲିସିସ ଟେଷ୍ଟ କରାଯାଇଛି। ଏହା ସହିତ ସାଇକୋଲଜିକାଲ୍ ଆସେସମେଣ୍ଟ ମଧ୍ୟ କରାଯାଇଛି। CFSLର ନିର୍ଦ୍ଦେଶିକା ଆଶା ଶ୍ରୀବାସ୍ତବ ନିଜେ ଏହି ଦୁଇ ଟେଷ୍ଟ କରିଛନ୍ତି। ଏହା ପୂର୍ବରୁ ଏସସିବି ମେଡିକାଲର ମନସ୍ତତ୍ୱବିତ୍ ଟିମ୍ ମଧ୍ୟ ଗୋପାଳ ଦାସଙ୍କ ମାନସିକ ପରୀକ୍ଷା କରିଛନ୍ତି । କାରଣ ନବ ଦାସଙ୍କୁ ଗୁଳି କରିବା ଘଟଣା ପ୍ରଚାର ହେବା ପରେ ଗୋପାଳଙ୍କ ପତ୍ନୀ ଓ ପରିବାର ବର୍ଗ ତାଙ୍କର ମାନସିକ ସ୍ଥିତି ଠିକ ନ ଥିବା କହିଥିଲେ । ଏପରିକି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ସମାନ କଥା ଦୋହରାଇଥିଲେ । ତାଙ୍କର ମାନସିକ ସ୍ଥିତି ଭଲ ନ ଥିବା ଏବଂ ପ୍ରାୟ ବର୍ଷେ ତଳେ ତାଙ୍କ ପାଖରେ ଚିକିତ୍ସିତ ହେଉଥିଲେ ବୋଲି କହିଥିଲେ । ଏ ପରିପ୍ରେକ୍ଷୀରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ଆଜି ନିମହାନ୍ସର ବିଶେଷଜ୍ଞ ଦଳ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି । ନବ ଦାସଙ୍କୁ ହତ୍ୟା କରିବା ପଛରେ ପ୍ରକୃତ ରହସ୍ୟ କଣ, ତାହା ଜାଣିବାକୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ବ୍ୟାପକ କରିଛି। ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି କଣ ଥିଲା । ସେନେଇ ତାର ପରୀକ୍ଷା ନିରୀକ୍ଷା ଏବଂ ମାନସିକ ବିଶ୍ଳେଷଣ ଚାଲିଛି ।
ସେପଟେ କ୍ରାଇମବ୍ରାଞ୍ଚକୁ ଗୋପାଳ ଦାସ ଯେଉଁ ବୟାନ ଦେଇଥିଲେ, ତା’ର ଆଧାରରେ LVA ଟେଷ୍ଟ କରାଯାଇଛି। ଗୋପାଳ ସତ କହୁଛନ୍ତି କି ନାହିଁ, ତାଙ୍କ କଥାରେ କେତେ ସତ ଅଛି, ତାହା ପରଖିଛନ୍ତି ସିଏଫଏସଏଲ୍ ନିର୍ଦ୍ଦେଶକ। ଏହା ସହିତ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗୋପାଳଙ୍କ ମାନସିକ ସ୍ଥିତି ଅନୁଧ୍ୟାନ କରି ଖୁବ ଶୀଘ୍ର ରିପୋର୍ଟ ଦେବ। ଏହି ସବୁ ସବୁ ଟିମର ରିପୋର୍ଟକୁ ନିଜେ ଅନୁଧ୍ୟାନ କରିବେ କ୍ରାଇମବ୍ରାଂଚ୍ ଏଡିଜି ଅରୁଣ ବୋଥ୍ରା।
ଅନ୍ୟପଟେ ଆଜି କ୍ରାଇମସ୍ପଟକୁ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ନେଇ ସିନ୍ ରିକ୍ରିଏସନ କରିପାରୋ ଏହି ସମୟରେ ଗୁଜରାଟ ଗାନ୍ଧୀନଗରରୁ ଆସିଥିବା ଏକ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ତଦନ୍ତକାରୀ ଟିମ୍ ଗୋପାଳଙ୍କୁ ମାରାଥନ ଜେରା କରୁଛି ।
ସୂଚନାନୁସାରେ ଗତ ୨୯ ତାରିଖ ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍ଙ୍କୁ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ Iତେବେ ନବ ଦାସ ହତ୍ୟାକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ଏହାର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ। ଏହାରି ଭିତରେ ଅଭିଯୁକ୍ତ ଗୋପାଳ ଦାସକୁ ଦ୍ୱିତୀୟ ଥର ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ।

Comments are closed.