ନିମାପଡା ସବଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ନିମାପଡା: ଜୁଲାଇ ୧୨: ନିମାପଡ଼ା ସବଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଢ଼େଙ୍କାନାଳ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଥିବା ସୂଚନା ରହିଛି । ଦୁଷ୍ମନ୍ତଙ୍କ ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗାରେ ଥିବା ପୈତୃକ ଘର ଓ ଢେଙ୍କାନାଳ ଟାଉନରେ ଥିବା ଦୁଇଟି ଘରେ ଚଢଉ ହେଉଛି । ସେହିପରି ଦକ୍ଷିଣକାଳୀ ସ୍ଥିତ ଦୁଷ୍ମନ୍ତଙ୍କ ଶ୍ୱଶୁର ଘର ଓ ମଙ୍ଗଳପୁର ସ୍ଥିତ ଫାର୍ମ ହାଉସରେ ଚଢଉ ଜାରି ରହିଥି । କେବଳ ଏତିକି ନୁହେଁ ଏହା ସହିତ ନିମାପଡ଼ା ସ୍ଥିତ ଅଫିସ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ତିନିମହଲା ଘର, ଶୈଳଶ୍ରୀ ବିହାର ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢଉ ଚାଲିଛି । ନିମାପଡ଼ା ସବଡିଭିଜନ ଅଧିନରେ ଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଦୁଷ୍ମନ୍ତ କାର୍ଯ୍ୟରତ ଥିଲେ ।

Launching Ceremony of “AYUSHMAN BHARAT

Comments are closed.