ସାରେଗାମାପା ୱିନର୍‌ ହେଲେ ନୀଲଞ୍ଜନା

ନୂଆଦିଲ୍ଳୀ: ମାର୍ଚ୍ଚ ୦୭: ଜି ର ଲୋକପ୍ରିୟ ସିଙ୍ଗିଂ ରିଆଲିଟି ଶୋ ସାରେଗାମାପା ର ଫାଇନାଲ ରେଜଲଫ ବାହାରିଛି। ଏହି ଶୋରେ ରାଜଶ୍ରୀ ବାଗ ଏବଂ ଶରଦ ଶର୍ମାଙ୍କୁ ପଛରେ ପକାଇ ନୀଲଞ୍ଜନା ରାୟ ବିଜେତା ହୋଇଛନ୍ତି। ଫାଇନାଲ ରାଉଣ୍ଡରେ ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣ ଏବଂ ଶିଳ୍ପା ରାଓ ମଧ୍ୟ ଉପସ୍ଥିତ ଥିଲେ। ରାଜଶ୍ରୀ ବାଗ ପ୍ରଥମ ରନର୍ ଅପ୍ ଏବଂ ଶରଦ ଶର୍ମା ଦ୍ୱିତୀୟ ରନର୍ ଅପ୍ ହୋଇଥିବା ବେଳେ ନୀଲଞ୍ଜନା ୱିନର ହୋଇଥିଲେ । ନୀଲାଞ୍ଜନାଙ୍କୁ ଟ୍ରଫି ସହିତ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ରାଜଶ୍ରୀଙ୍କୁ ୫ ଲକ୍ଷ ଟଙ୍କା ଏବଂ ଶରଦଙ୍କୁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି ଶୋରେ ନୀଲଞ୍ଜନା ରାୟ, ରାଜଶ୍ରୀ ବାଗ, ଶରଦ ଶର୍ମା, ଅନନ୍ୟା ଚକ୍ରବର୍ତ୍ତୀ, ସ୍ନିଗ୍ଧଜିତ୍ ଏବଂ ସଞ୍ଜନା ଭଟ୍ଟ ଟପ୍ ୬ ଫାଇନାଲରେ ପହଞ୍ଚି ଥିଲେ।

Launching Ceremony of “AYUSHMAN BHARAT

Comments are closed.