ନୂଆଦିଲ୍ଲୀ : ନିକ୍କି ଯାଦବ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ I ମୁଖ୍ୟ ଅଭିଯୁକ୍ତ ସାହିଲ ଗେହଲୋଟ ଓ ନିକ୍କି ଯାଦବ ଉଭୟେ ଥିଲେ ପତି-ପତ୍ନୀ I ୨୦୨୦ ଅକ୍ଟୋବରରେ ନୋଏଡାର ଆର୍ଯ୍ୟ ସମାଜରେ ବିବାହ କରିଥିଲେ ଦୁହେଁ I ତେବେ ଷଡ଼ଯନ୍ତ୍ର କରି ନିକ୍କିଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଲା ପରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଷଡଯନ୍ତ୍ରରେ ସାହାଯ୍ୟ କରିଥିବାରୁ ସହିଲଙ୍କ ପିତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ ସୂଚନା ଦେବା ସହ ଏହି ଘଟଣାରେ ଅଧିକ ତଦନ୍ତ ଚାଲୁ ରଖିଛି I
ଘଟନାନୁସାରେ,୨୦୧୮ରେ ସାହିଲ ଦିଲ୍ଲୀର ଉତ୍ତମ ନଗରରେ SSC ପରୀକ୍ଷା ଦେବାକୁ ଯାଇଥିବା ବେଳେ ନିକିଙ୍କ ସହିତ ଦେଖାହୋଇଥିଲା । ଦୁହେଁ ଗୋଟେ ବସ୍ରେ ସବୁଦିନ କୋଚିଂ ନେବାକୁ ଯାଉଥିଲେ। ସେଠାରୁ ଦୁହିଁଙ୍କର ବନ୍ଧୁତା ଏବଂ ପରେ ସଂପର୍କ ପ୍ରେମରେ ପରିଣତ ହୋଇଥିଲା । ତା’ ଦୁହେଁ ଗୋଟେ କଲେଜରେ ମଧ୍ୟ ପଢିଲେ । ଏହାପରେ ଦୁହେଁ ଲିଭ ଇନ୍ରେ ରହୁଥିଲେ ମାତ୍ର ସାହିଲର ଘର ଲୋକେ ଏ ସମ୍ପର୍କରେ ଅବଗତ ନ ଥିଲେ I ତେଣୁ ଘର ଲୋକ ସାହିଲଙ୍କ ଉପରେ ବିବାହ ପାଇଁ ଚାପ ପକାଉଥିଲେ । ତେଣୁ ସାହିଲଙ୍କ ନିର୍ବନ୍ଧ ୯ ଫେବୃଆରୀରେ ହୋଇଥିବା ବେଳେ ବିବାହ ୧୦ ତାରିଖରେ ହୋଇଥିଲା।
ଏହା ପୂର୍ବରୁ ସାହିଲ ଏବଂ ନିକ୍କି ଅକ୍ଟୋବର ୨୦୨୦ରେ ନୋଏଡାର ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ। ଏହି ବିବାହରେ ସାହିଲଙ୍କ ପରିବାର ଅସନ୍ତୁଷ୍ଟ ଥିଲେ । ତେଣୁ ସେମାନେ ନିକିଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ।
ସୂଚନାଯୋଗ୍ୟ, ଅଭିଯୁକ୍ତ ସାହିଲ ଫେବୃଆରୀ ୧୦ ତାରିଖ ସକାଳ ୯ଟାରେ ନିକ୍କିଙ୍କୁ ହତ୍ୟା କରିଥିଲେ। ସେ ନିକ୍କିଙ୍କ ମୃତଦେହକୁ କାଟି ଏକ ଢାବାର ଫ୍ରିଜ୍ରେ ରଖିଥିଲେ ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ଜଣେ ସାଙ୍ଗ ଏବଂ ସମ୍ପର୍କୀ ଭାଇ I ସାହିଲ ନିର୍ବନ୍ଧ କରିନେଇଥିବା କଥା ଜାଣି ନିକ୍କି ସହିଲଙ୍କୁ ନିଜ ଆପାର୍ଟମେଣ୍ଟ କୁ ଡାକିଥିଲେ I ଏହି ସମୟରେ ଦୁହେଁ ଗୋଆ ବୁଲିବାକୁ ଯିବା ପାଇଁ ପ୍ଲାନ କରିଥିଲେ I କିନ୍ତୁ ସହିଲଙ୍କ ଟିକେଟ କନଫୋରମ୍ ନ ହେବାରୁ ଦୁହେଁ ସେଠାରୁ ହିମାଚଳ ଯିବାକୁ କାର ରେ ବାହାରିଥିଲେ I ତେବେ ଗାଡି କାଶ୍ମୀର ଗେଟ ନିକଟରେ ପହଂଚିବା ପରେ ସାହିଲଙ୍କ ଘର ଲୋକେ ଫୋନ କରି ସହିଲକୁ ଡକାଇ ଥିଲେ I ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଉଗ୍ରରୂପ ନେଇଥିଲା I ଏଥିରେ ସାହିଲ ଉତ୍ୟକ୍ତ ହୋଇ ନିଜ ମୋବାଇଲ ଚାର୍ଜର କେବୁଲରେ ନିକ୍କିଙ୍କ ବେକ ଚିପି ହତ୍ୟା କରିଥିଲା I ସେ ନିକ୍କିଙ୍କ ମୃତଦେହକୁ କାଟି ଏକ ଢାବାର ଫ୍ରିଜ୍ ମଧ୍ୟରେ ରଖି ଫେରାର ହୋଇଯାଇଥିଲେ। ଏହି କାର୍ଯ୍ୟରେ ସାହିଲ ର ଦୁଇଜଣ ସାଙ୍ଗ ଓ ସମ୍ପର୍କୀୟ ଭାଇ ତାଙ୍କୁ ସାହାଯ୍ୟ କରିଥିଲେ I ଏହାର ପ୍ରାୟ ୧୨ ଘଣ୍ଟା ପରେ ଫେବୃଆରୀ ୧୦ ତାରିଖରେ ଘରକୁ ଯାଇ ଅନ୍ୟତ୍ର ବିବାହ କରିନେଇଥିଲା I
ଏହି ଘଟଣାରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ ମୁଖ୍ୟ ଅଭିଯୁକ୍ତ ସାହିଲର ବାପା ବୀରେନ୍ଦ୍ର ସିଂ,୨ ସମ୍ପର୍କୀୟ ଭାଇ ଆଶିଷ ଓ ନବୀନ ସମେତ ୨ ଜଣ ସାଙ୍ଗଙ୍କୁ ଗିରଫ କରିଛି ପୋଲିସ । ନବୀନ ଦିଲ୍ଲୀ ପୋଲିସରେ କନେଷ୍ଟବଳ ଅଛନ୍ତି । ହତ୍ୟାକାଣ୍ଡ ଷଡଯନ୍ତ୍ରରେ ସାହିଲ ପରିବାରର ହାତ ଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି । ପୋଲିସ ଆଗରେ ସାହିଲ ନିକ୍କିଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ।

Comments are closed.