ଓଡ଼ିଶାରେ ନିଯୁକ୍ତି ମେଳା: ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ନିଯୁକ୍ତି ମିସନର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ରେଳ ଅଡିଟୋରିୟମରେ ରୋଜଗାର ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।ଡାକ ବିଭାଗର ସର୍ବାଧିକ ୮୯, ଭବନେଶ୍ୱର ଆଇଆଇଟିରେ ୫୫, ଇଏସଆଇସିରେ ୨୭, ଏସଏଲବିସିରୁ ୨୧ ଜଣ ଏମିତି ମୋଟ ଏଗାରଟି ବିଭାଗର ମୋଟ ୨୩୯ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି ।

କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଚଳିତ ବର୍ଷ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ରୋଜଗାର ମିସନ ସର୍ବ ଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ । ଓଡ଼ିଶାରେ ମଧ୍ୟ ଭୁବନେଶ୍ୱର ଓ କଟକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜିତ ହୋଇ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି ।

ସେହିପରି କଟକରେ କେନ୍ଦ୍ର ମନ୍ତ୍ରୀ ବିଶେ୍ୱଶ୍ୱର ଟୁଡୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ନିଯୁକ୍ତି ମିସନରେ ଦଶ ଲକ୍ଷ ନୂତନ ନିଯୁକ୍ତି ଲକ୍ଷ୍ୟ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ରୋଜଗାର ମେଳାରେ ୭୫ ହଜାର ଯୁବ ବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

Launching Ceremony of “AYUSHMAN BHARAT

Comments are closed.