ମୁମ୍ବାଇ: ଦୀପାବଳି ଅବସରରେ ସିନେମାଘରେ ମୁକ୍ତିଲାଭ କରିଛି ବହୁପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଫିଲ୍ମରେ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ରଣବୀର ସିଂହ ଏବଂ ଅଜୟ ଦେବଗନ ମଧ୍ୟ ସେମାନଙ୍କ ସହ ନଜର ଆସିଛନ୍ତି, କିନ୍ତୁ ସିମ୍ବା ଏବଂ ସିଂଘମ ଚରିତ୍ର ସହ ଅତିଥି କଳାକାର ଭାବେ ନିହାରିକା ରାୟଜାଦା ଅଭିନୟ କରିଛନ୍ତି ।

ଅକ୍ଷୟଙ୍କ ଚରିତ୍ରର ନାମ ବୀର ସୂର୍ଯ୍ୟବଂଶୀ ରହିଛି, ଯିଏ ଏଟିଏସ ଟିମ୍ର ମୁଖ୍ୟ । ଏହି ଟିମ୍ର ଅନ୍ୟ ଜଣେ ସଦସ୍ୟ ଭାବେ ଅଭିନୟ କରିଛନ୍ତି ନିହାରୀକା ରାୟଜାଦା । ବୋଲï ଆକେଫ୍ରସ୍ ନିହାରୀକା ଦୀର୍ଘ ସମୟ ଧରି ବଲିଉଡ୍ ଇଣ୍ଡଷ୍ଟ୍ରୀରେ ସକ୍ରିୟ ରହିଛନ୍ତି । ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧସଙ୍ଗୀତକାର ଓªି ନାୟରଙ୍କ ନାତୁଣୀ ହେଉଛନ୍ତି ନିହାରୀକା, ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଥିବେ । କିଛି ବର୍ଷ ତଳେ ଆସିଥିବା ଆକ୍ସନ ଫିଲ୍ମ ‘ୱାରିୟର ସାବିତ୍ରୀ’ରେ ନିହାରୀକା ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।

ଏହି ଫିଲ୍ମରେ ସତ୍ୟବାନ ଏବଂ ସାବିତ୍ରୀଙ୍କ ପୌରାଣିକ କଥାକୁ ଆଧୁନିକ ଷ୍ଟାଇଲରେ ପରିଦର୍ଶିତ ହୋଇଥିଲା । ଭଲ ବ୍ୟବସାୟ କରିନଥିଲେ ମଧ୍ୟ ଶୀର୍ଷକ କାରଣରୁ ଫିଲ୍ମଟି ଚର୍ଚ୍ଚିତ ହୋଇଥିଲା । ନିହାରୀକା ହିନ୍ଦୀ ଫିଲ୍ମରେ ନିଜ କ୍ୟାରିଅର ୨୦୧୪ର ରିଲିଜ୍ ସିନେମା ‘ସିକ୍ସ ମାଇନସ୍ ଫାଇଭ୍ ବରାବର ଦୋ’ରୁ ଆରମ୍ଭ କରିଥିଲେ । ଏହା ଏକ ହରର୍ ଫିଲ୍ମ ଥିଲା । ହେଲେ ଏହା ପୂର୍ବରୁ ୨୦୧୩ରେ ବଙ୍ଗାଳୀ ଫିଲ୍ମ ‘ଡାମାଡୋଲ’ରେ ନଜର ଆସିଥିଲେ ।

ଏହା ବ୍ୟତୀତ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେବି’ରେ ମଧ୍ୟ ସେ କାମ କରିଛନ୍ତି । ୨୦୧୯ରେ ମୁକ୍ତିଲାଭ କରିଥିବା ‘ଟୋଟଲ ଧମାଲ୍’ରେ ସେ ଶେଷଥର ପାଇଁ ବଡ଼ ପରଦାରେ ନଜର ଆସିଥିଲେ । ବଲିଉଡ୍ ଦୁନିଆରେ ପାଦ ଦେବା ପୂର୍ବରୁ ନିହାରୀକା ସୁନ୍ଦରୀ ପ୍ରତିଯୋଗିତା ଜିତିଛନ୍ତି । ମିସ୍ ଇଣ୍ଡିଆ ୟୁକେ ୨୦୧୦ର ଟାଇଟଲ ବିଜୟିନୀ ହେଉଛନ୍ତି ନିହାରୀକା । ସେ ନୁ୍ୟୟର୍କ ଫିଲ୍ମ ଏକାଡେମୀରୁ ଅଭିନୟର ଟ୍ରେନିଂ ନେଇଛନ୍ତି । ଏହାଛଡ଼ା କ୍ଲାସିକାଲ ମୁ୍ୟଜିକରେ ମଧ୍ୟ ଜଣେ ତାଲିମପ୍ରାପ୍ତ ଛାତ୍ରୀ ।

ମିଡିଆ ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟବଂଶୀ ଫିଲ୍ମ ପାଇଁ ନିହାରୀକା ୩ ମାସ ଧରି ଟ୍ରେନିଂ ନେଇଥିଲେ ଏବଂ ନିଜ ଚରିତ୍ର ପାଇଁ ବହୁତ ପରିଶ୍ରମ କରିଛନ୍ତି । ସୂର୍ଯ୍ୟବଂଶୀ ଫିଲ୍ମରେ ଜଣେ ଆଣ୍ଟି ଟେରୋରିଷ୍ଟ ଫିମେଲ୍ ସ୍କ୍ୱାର୍ଡ ଅଫିସର ଭୂମିକାରେ ଅଭିନୟ କରିଥିବା ନିହାରୀକା କିନ୍ତୁ ରିୟଲ ଲାଇଫ୍ରେ ବହୁତ ବୋଲï । ସୋସିଆଲ ମିଡିଆରେ ମଧ୍ୟ ସେ ବହୁତ ଆକଫିଭ । ନିଜ ବୋଲïନେସ୍ ଫଟୋ ସେୟାର କରି ନିହାରିକା ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ।

Comments are closed.