ଆଇଏସ୍‌ ଆତଙ୍କବାଦୀ ଗିରଫ ମାମଲା: ପଚରାଉଚରା ପାଇଁ ରୁଷ ଯିବ ଏନ୍‌ଆଇଏ ଟିମ

ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ଜଣେ ଆଇଏସ୍‌ ଆତଙ୍କବାଦୀ ଋଷରେ ଧରାପଡ଼ିଛି । ତୁର୍କୀରେ ସଂପୃକ୍ତ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ନେଇଥିଲା ଓ ଖୁବ୍‌ଶୀଘ୍ର ଭାରତ ଆସି ଜଣେ ରାଜନେତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ରୁଷର ସୁରକ୍ଷା ସଂସ୍ଥା ଏଫଏସବି ଏହାକୁ ପଣ୍ଡ କରିଦେଇଥିଲା । ଏବେ ଏଫଏସବି ଅଫିସରଙ୍କ ସମ୍ପୃକ୍ତ ଆତଙ୍କବାଦୀକୁ ଅଟକ ରଖିଥିବାବେଳେ ପଚରାଉଚୁରା ପାଇଁ କେନ୍ଦ୍ରୀୟ ଏଜେନ୍ସି ଋଷ ଯାଇପାରନ୍ତି ।

ନ୍ୟାସନାଲ ଇନଭେଷ୍ଟିଗେସନ୍‌ ଏଜେନ୍ସି (ଏନଆଇଏ) ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଟିମ ମିଳିତ ଭାବେ ରୁଷ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଏହି ଦଳ ରୁଷରେ ଗିରଫ ହୋଇଥିବା ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତ୍ମଘାତୀ ବିସ୍ପୋରଣକାରୀଙ୍କୁ ପଚରାଉଚରା କରିବାକୁ ମସ୍କୋ ଯିବେ ।

ସୂଚନା ମୁତାବକ ଋଷର ସର୍ବୋଚ୍ଚ ଗୁପ୍ତଚର ସଂସ୍ଥା ସୋମବାର କହିଥିଲା ଯେ ଏହି ବ୍ୟକ୍ତି ଜଣକ ମଧ୍ୟ ଏସୀୟ ଦେଶରୁ ଆସିଥିବାବେଳେ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ନେଇଛନ୍ତି । ଭାରତୀୟ ଏଜେନ୍ସିମାନେ ତାଙ୍କ ଭାରତ ଲିଙ୍କ୍‌ ଜାଣିବା ପାଇଁ ଋଷ ଯିବେ ବୋଲି ସୂଚନା ମିଳିଛି । ଏଫଏସବି ସିଏସ୍‌ଓ ଉକ୍ତ ଆତ୍ମଘାତୀ ଆକ୍ରମଣକାରୀର ଏକ ଭିଡିଓ ପୋଷ୍ଟ୍‌ କରିଥିଲେ । ଏହି ଭିଡିଓରେ ସେ ଭାରତରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିବା ମାନିଥିଲା ।

Launching Ceremony of “AYUSHMAN BHARAT

Comments are closed.