NIA ପକ୍ଷରୁ ଦେଶର ୧୧ ଟି ରାଜ୍ୟ ଉପରେ ଚଢ଼ାଉ ,୧୦୬ PFI ସଦସ୍ୟ ଗିରଫ

ନୂଆଦିଲ୍ଲୀ : ସାରା ଦେଶରେ ବର୍ତ୍ତମାନ ଏନଆଇଏ ( ନାସନାଲ ଇନଭେସ୍ଟିଗେସନ ଏଜେନ୍ସି )ପକ୍ଷରୁ ଚଢ଼ାଉ ଜାରି ରହିଛି I ଏନଆଇଏ ପକ୍ଷରୁ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡି‌ଆର (PFI) କାର୍ଯ୍ୟାଳୟ ଉପରେ ଚଢ଼ାଉ ଚାଲିଛି I ଆତଙ୍କବାଦକୁ ସମର୍ଥନ, ଅର୍ଥ ଯୋଗାଣ, ଆତଙ୍କବାଦ ସଂଗଠନରେ ସାମିଲ ପାଇଁ ଟ୍ରେନିଂ କ୍ୟାମ୍ପ ଆୟୋଜନ କରିବା ଓ ସେଥିରେ ସାମିଲ ପାଇଁ ଲୋକଙ୍କୁ ମତାଇବା ଅଭିଯୋଗରେ ପିଏଫଆଇର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚାଲିଛି ଚଢଉ । ଏହା ସହିତ ଦେଶରେ ଏକକାଳୀନ ୧୧ ଟି ରାଜ୍ୟରେ ଏନଆଇଏ ଓ ଇଡି ପକ୍ଷରୁ ଚଢ଼ାଉ କରାଯାଇ ୧୦୬ ଜଣ PFI ସଦସ୍ୟଙ୍କୁ ଗିରଫ କରାଯାଇଛି I ଏନଆଇଏ ପକ୍ଷରୁ କେରଳ ରୁ ସବୁଠାରୁ ଅଧିକ ୨୨ ଜଣଙ୍କୁ ଗିରଫ କରାଯାଇସାରିଲାଣି I ଏହାସହିତ ମହାରାଷ୍ଟ୍ର ଓ ତାମିଲନାଡୁ ରୁ ୨୦ ଜଣ ଲେଖାଏଁ,ଆସାମ ରୁ ୯ ,ଉତ୍ତରପ୍ରଦେଶରୁ ୮,ଆନ୍ଧ୍ରପ୍ରଦେଶ ରୁ ୫ ଓ ମଧ୍ୟପ୍ରଦେଶ ରୁ ୪ ଜଣ ,ତଥା ପୁଡୁଚେରୀ ଓ ଦିଲ୍ଲୀରୁ ୨ ଜଣ ଗିରଫ କରାଯାଇ ପାରିଛି I ପିଏଫଆଇ ସଭାପତି ପରଭେଜ ଅହମ୍ମଦଙ୍କୁ ମଧ୍ୟ ଦିଲ୍ଲୀରୁ ଏନଆଇଏ ଗିରଫ କରିଛି ।

ସୂଚନା ଆଧାରରେ ଅନୁସନ୍ଧାନକାରୀ ସଂସ୍ଥା ଆଜି ଏକ ବଡ଼ ଧରଣର ଆକ୍ସନ୍‌ ନେଇଛି । ତେବେ ମାଙ୍ଗାଲୁରୁରେ ଏନଆଇଏ ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଏଥିପାଇଁ କର୍ଣ୍ଣାଟକ ପୋଲିଲିସ ପିଏଫଆଇ ଏବଂ ଏସଡିପିଆଇ ସଦସ୍ୟଙ୍କୁ ଅଟକ ରଖିଛି ।ଏନଆଇଏ ସୂଚନାନୁସାରେ ପାଟନାସ୍ଥିତ ଫୁଲୱାରୀ ଗଜବା -ଏ-ହିନ୍ଦ ନାମକ ଏକ ସଂଗଠନ ତିଆରି କରିବାକୁ ପିଏଫଆଇ ଯୋଜନା କରୁଥିବା ସମୟରେ ଏହାକୁ ଭଣ୍ଡୁର କରାଯାଇପାରିଛି I

ସେହିପରି ୧୧ ଟି ରାଜ୍ୟରେ ଚାଲିଥିବା ଚଢ଼ଉ‌ରେ ପ୍ରାୟ ୨୦୦ ଜଣ ଏଏନ୍‌ଆଇ ଅଧିକାରୀ ସାମିଲ ହୋଇଛନ୍ତି । ବୁଧବାର ମଧ୍ୟରାତ୍ରୀରେ NIA ଏବଂ ED ହଠାତ୍ ମାଲାପୁରମ୍ ଜିଲ୍ଲାର ମଞ୍ଜେରୀ ଠାରେ PFI ସଭାପତି ଓଏମଏ ସଲାମଙ୍କ ଘରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ଜାରି ରହିଥିବା ବେଳେ PFI କର୍ମଚାରୀମାନେ ଏହାକୁ ବିରୋଧ କରିଛନ୍ତି । ଅଧ୍ୟକ୍ଷଙ୍କ ଘର ବାହାରେ ଶହ ଶହ କର୍ମକର୍ତ୍ତା ଏକାଠି ହୋଇଛନ୍ତି । ଚଢଉକୁ ବିରୋଧ କରି ପିଏଫ୍ଆଇ ସଂଗଠନର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରୁଛନ୍ତି । ପିଏଫଆଇ ସଂଗଠନ ଅବହେଳିତ ମାନଙ୍କ ସଶକ୍ତିକରଣ ପାଇଁ ପ୍ରୟାସ କରୁଥିବା ଦାବି କରି ଆସୁଛି । ଏହା ୨୦୦୬ ମସିହାରେ ପ୍ରତିଷ୍ଠା ହୋଇଥିଲା ।

ଏହାପୂର୍ବରୁ ସେପ୍ଟେମ୍ବର ୧୮ରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ୨୩ ଟି ସ୍ଥାନ ଉପରେ ଏନଆଇଏ ଚଢ଼ଉ କରିଥିଲା । କରାଟେ ଟ୍ରେନିଂ ସେଣ୍ଟର ନାମରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଏକ ଟ୍ରେନିଂ କ୍ୟାମ୍ପ ଚଳାଇବା ମାମଲାରେ ଚଢ଼ଉ କରାଯାଇଥିଲା । ନିଜାମବାଦ, କୁରୁନୁଲ, ଗୁଣ୍ଟୁର ଏବଂ ନେଲୋର ଜିଲ୍ଲାରେ ଏନଆଇଏ ରେଡ୍ କରିଥିଲା ।

 

 

Comments are closed.