ସମ୍ବାଦପତ୍ର ବା ଖବରକାଗଜ ମାଧ୍ୟମରେ ଆମେ ଦେଶରେ ଘଟୁଥିବା ବିଭିନ୍ନ ଘଟଣାବଳୀ ବିଷୟରେ ଜାଣୁ । ଏହାରି ମଧ୍ୟମରେ ଲୋକ ଦେଶର ଆଇନ୍ କାନୁନ୍ ଜାଣିବା ସହ ଦେଶ କେତେ ବିକାଶ କଲା ତାହାର ସୂଚନା ପାଇଥାନ୍ତି । ଏଣୁ ସମ୍ବାଦପତ୍ରର ଗୁରୁତ୍ୱକୁ ଦେଖି ଗଣମାଧ୍ୟମକୁ ଦେଶ ଚତୁର୍ଥ ସ୍ତମ୍ଭ ଭାବେ ଅଭିହିତ କରାଯାଇଛି । ସେହିପରି ଏହାର ଗୁରୁତ୍ୱକୁ ବୁଝି ବିହାରର ଏକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମିଶି ପ୍ରକାଶ କରୁଛନ୍ତି ନିଜସ୍ୱ ଏକ ହାତ ଲେଖା ସମ୍ବାଦପତ୍ର । ଯେଉଁଥିରେ ବିହାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହିତ ଦେଶର ବଡ଼ ବଡ଼ ଘଟଣାମାନ ଲେଖାଯାଇଥାଏ । ଏହାସହ ଘଟଣାକୁ ଅଧିକ ଆକର୍ଷିତ କରିବା ପାଇଁ ଛାତ୍ରଛାତ୍ରୀମାନେ ରଙ୍ଗୀନ୍ ପେନ୍ରେ ଚିତ୍ର କରି ଗାଁର ଲୋକମାନଙ୍କୁ ବାଣ୍ଟିଥାନ୍ତି । ଅଭିନବ ଉପାୟରେ ପ୍ରସ୍ତୁତ ହେଉଥିବା ଏହି ସମ୍ବାଦପତ୍ର ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ପ୍ରଶାନ୍ତ କୁମାର ନାମକ ଜଣେ ସାମ୍ବାଦିକ ଏହାକୁ ନେଇ ଏକ ଟୁଇଟ୍ କରିଛନ୍ତି । ତାଙ୍କ ଟୁଇଟ୍ ସୂଚନା ଅନୁସାରେ, ବିହାର ବାଙ୍କା ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ଏହିପରି ସମ୍ବାଦପତ୍ର ପ୍ରକାଶ ପାଉଛି । ପ୍ରତ୍ୟେକ ଦିନ ସମ୍ବାଦପତ୍ରର ସମ୍ବାଦକ ଛାତ୍ରଛାତ୍ରୀ ମାନଙ୍କମଧ୍ୟରେ ପରିବର୍ତ୍ତନ ହେଉଛି । ଏହାସହ ଯେଉଁ ଦିନର ସମ୍ବାଦପତ୍ର ଅଧିକ ଆକର୍ଷିତ ହେଉଛି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ମଧ୍ୟ କରାଯାଉଛି । ପ୍ରଶାନ୍ତଙ୍କ ଟୁଇଟ୍ ପରେ ସେହି ସରକାରୀ ବିଦ୍ୟାଳୟର ଚର୍ଚ୍ଚା ହେଉଛି । ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ମାତୃଭାଷା ଉନ୍ନତ କରିବା ପାଇଁ ଏହିପରି ଅଭିବନ ଉପାୟ ପ୍ରତ୍ୟେକ ବିଦ୍ୟାଳୟରେ ଲାଗୁ ହେଉ ବୋଲି ଟୁଇଟର୍ ୟୁଜର୍ର୍ସଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Comments are closed.