‘ଅତରଙ୍ଗୀ’ରେ ଉପରେ ଏବେ ଭରସା

ମୁମ୍ବାଇ: ବଲିଉଡ୍‌ ଡିଭା ସାରା ଅଲ୍ଲୀ ଖାନ ଇଣ୍ଡଷ୍ଟ୍ରୀର ଜଣେ ଏପରି ଅଭିନେତ୍ରୀ, ଯାହାଙ୍କର ଅନ୍ଦାଜ ପ୍ରଶଂସକଙ୍କ ହୃଦୟକୁ ବେଶ୍‌ ଛୁଇଁଥାଏ । ସାରା କମ୍‌ ସମୟରେ ଫିଲ୍ମ ଦୁନିଆରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଫିଲ୍ମ ଚୟନରୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ ସାରା ଅଲ୍ଲୀ ଖାନ ନିଜକୁ ପ୍ରଥମ ଫିଲ୍ମ ଜରିଆରେ ପ୍ରମାଣିତ କରିଛନ୍ତି ।

‘ଅତରଙ୍ଗୀ’ରେ ଉପରେ ଏବେ ଭରସା

ହେଲେ ଅନ୍ୟ ଅଭିନେତ୍ରୀଙ୍କ ପରି ସଫଳତା ପାଇବାରେ ସାରା ପଛରେ ପଡ଼ିଯାଇଛନ୍ତି । ତେଣୁ ତାଙ୍କର ଆଗାମୀ ଫିଲ୍ମ ‘ଅତରଙ୍ଗୀ’ ରେ ଉପରେ ସେ ଭରସା ରଖିଛନ୍ତି ।

କାରଣ ଏହା ତାଙ୍କ ପାଇଁ ଗେମ୍‌ ଚେଞ୍ଜର୍‌ ସାବ୍ୟସ୍ତ ହୋଇପାରେ । ସାରା ଅଲ୍ଲୀ ଖାନ ୨୦୧୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କେଦରନାଥ’ରୁ ନିଜର ଆକଫି କ୍ୟାରିଅର ଆରମ୍ଭ କରିଥିଲେ । ଏଥିରେ ସାରାଙ୍କ ଅପୋଜିଟ୍‌ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୂତ ଲିଡ୍‌ ରୋଲ୍‌ରେ ଥିଲେ । ସାରାଙ୍କ ପ୍ରଥମ ଫିଲ୍ମକୁ ବକ୍ସ ଅଫିସରେ ମିଶ୍ରପ୍ରତିକ୍ରିୟା ମିଳିଥିଲା । ଫିଲ୍ମଟି ପ୍ରାୟ ୭୦ କୋଟି ଟଙ୍କା ରୋଜଗାର କରି ସେବର୍ଷର ହିଟ୍‌ ଫିଲ୍ମ ମଧ୍ୟରେ ସାମିଲ ହୋଇଥିଲା ।
‘ଅତରଙ୍ଗୀ’ରେ ଉପରେ ଏବେ ଭରସା

କେଦାରନାଥ ପରେ ସାରା ଫିଲ୍ମ ସିମ୍ବାରେ ନଜର ଆସିଥିଲେ । ଏହି ଫିଲ୍ମ ସାରା ରଣବୀର ସିଂହଙ୍କ ସହ ସ୍କ୍ରିନ୍‌ ସେୟାର କରିଥିଲେ । ଫିଲ୍ମର କାହାଣୀଠାରୁ ଆରମ୍ଭ କରି ଗୀତ, ଡାଏଲଗକୁ ସିନେପ୍ରେମୀଙ୍କଠାରୁ ଜବରଦସ୍ତ ରେସପନ୍ସ ମିଳିଥିଲା । ସାରାଙ୍କ ଦ୍ୱିତୀୟ ଫିଲ୍ମ ମଧ୍ୟ ସୁìପରହିଟ୍‌ ସାବ୍ୟସ୍ତ ହୋଇଥିଲା । ହେଲେ ନିଜ ପିତା ସୈଫ୍‌ ଅଲ୍ଲୀ ଖାନଙ୍କ ଫିଲ୍ମର ସ୍ୱିକେଲ ଲଭ୍‌ ଆଜ୍‌ କଲ୍‌ରେ ସାରାଙ୍କ ଆକଫିଂକୁ ଦର୍ଶକମାନେ ପସନ୍ଦ କରିଥିଲେ, କିନ୍ତୁ ବକ୍ସ ଅଫିସ୍‌ ବାବଦରେ ଏହା ଫେଲ୍‌ ମାରିଥିଲା । ଫିଲ୍ମର ଷ୍ଟୋରୀଲାଇନ ଯୋଗୁଁ ସାରାଙ୍କ ଏହି ଫିଲ୍ମ ଫ୍ଲପ୍‌ ହୋଇଥିଲା ।
‘ଅତରଙ୍ଗୀ’ରେ ଉପରେ ଏବେ ଭରସା

ଏହାପରେ ଆଉ ଏକ ରିମେକ୍‌ ଫିଲ୍ମ କୁଲୀ ନମ୍ବର ୱାନ୍‌ରେ ସାରା ଅଲ୍ଲୀ ଖାନ୍‌ ଅଭିନୟ କରିଥିଲେ । ଫିଲ୍ମକୁ ନେଇ ଇଣ୍ଡଷ୍ଟ୍ରୀରେ ଖୁବ ଚର୍ଚ୍ଚା ହୋଇଥିଲା । ହେଲେ ଏହା ପରେ ବି ଦର୍ଶକଙ୍କ ହୃଦୟ ଛୁଇଁବାରେ ଏହା ବିଫଳ ହୋଇଥିଲା । ଅଭିନେତ୍ରୀ ସାରାଙ୍କ ଅଧିକାଂଶ ଫିଲ୍ମକୁ ଦର୍ଶକଙ୍କ ପକ୍ଷରୁ ଭଲ ପ୍ରତିକ୍ରିୟା ମିଳିଛି ।
‘ଅତରଙ୍ଗୀ’ରେ ଉପରେ ଏବେ ଭରସା

ହେଲେ ଏବେ ବି ସାରା ସୁପର ଡୁବର ବ୍ଲକବଷ୍ଟର ହିଟ୍‌ ଫିଲ୍ମର ଅପେକ୍ଷାରେ ରହିଛନ୍ତି । ଏହି କ୍ରମରେ ଦେଖିବାକୁ ଗଲେ ସାରାଙ୍କ କ୍ୟାରିଅରର ଏହାକୁ ବଡ଼ ଫିଲ୍ମ ବୋଲି ବିବେଚନା କରାଯାଇଛି । କାରଣ ଉଭୟ ବଲିଉଡ୍‌ ଏବଂ ସାଉଥ୍‌ ଇଣ୍ଡଷ୍ଟ୍ରୀର ବ୍ଲକମାଷ୍ଟର ଅଭିନେତା ଏଥିରେ କାମ କରୁଛନ୍ତି । ଷ୍ଟାରକାଷ୍ଟରୁ ଆରମ୍ଭ କରି କାହାଣୀ, ଟ୍ରେଲର ଏବଂ ଗୀତଗୁଡ଼ିକୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ସାରା ଦେଶରେ ଅକ୍ଷୟ କୁମାର ଏବଂ ଧନୁଷଙ୍କ ଫ୍ୟାନ୍‌ ଫୋଲଅର୍ସଙ୍କ ସଂଖ୍ୟା ଢେର ଅଧିକ ।
‘ଅତରଙ୍ଗୀ’ରେ ଉପରେ ଏବେ ଭରସା

ହେଲେ ଏହି ସୁପରଷ୍ଟାରଙ୍କ ସହ ସାରାଙ୍କ ଅଭିନୟକୁ ଦର୍ଶକମାନେ ପସନ୍ଦ କରିବେ କି ନାହିଁ ଏବଂ ଫିଲ୍ମଟି ସାରାଙ୍କ ଭାଗ୍ୟ ବଦଳାଇବ କି ନାହିଁ, ତାହା ଫିଲ୍ମ ରିଲିଜ୍‌ ପରେ ହିଁ ଜଣାପଡ଼ିବ । ଫିଲ୍ମଟି ୨୪ ଡିସେମ୍ବରରେ ସାରା ଦେଶର ସିନେମା ହଲ୍‌ ସହ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ।

Govt

Comments are closed.