ଭୁବନେଶ୍ୱର : ଭୁବନେଶ୍ୱରରେ ଚାଞ୍ଚଲ୍ୟ । ସ୍କୁଲ ପରିସରରୁ ମିଳିଲା ନବଜାତକଙ୍କ ମୃତ ଦେହ I ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧୀନ ଭିଏସ୍ଏସ୍ ନଗରରେ ଥିବା ଏକ ପୁରାତନ ଇଂରାଜୀ ମିଡିୟମ ସ୍କୁଲ ପରିସର ନିକଟରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର କରାଯାଇଛି । ଗୁରୁବାର ସକାଳୁ ସ୍କୁଲ ପରିସରରେ ସଫେଇ କର୍ମଚାରୀମାନେ ଅଳିଆ ଆବର୍ଜନା ସଫା କରିବା ବେଳେ ସେଠାରେ ଥିବା ଏକ ଡଷ୍ଟବିନରେ ନବଜାତକର ମୃତ ଦେହ ଦେଖିଥିଲେ । ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ସହିଦନଗର ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ଏନେଇ ପ୍ରଥମେ ସ୍କୁଲ କର୍ମଚାରୀଙ୍କୁ ପଚାର ଉଚରା କରିଥିଲା ପୋଲିସ । ତେବେ ପ୍ରଥମେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ବେଳେ ସଫେଇ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ହଙ୍ଗାମା କରିବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.