ଆସନ୍ତା ମାସ ଇସ୍ତଫା ଦେବେ ନିଉଜିଲାଣ୍ଡ୍‌ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡରନ୍‌

ସିଡନୀ : ଇସ୍ତଫା ଦେବେ ନିଉଜିଲାଣ୍ଡ୍‌ ପ୍ରଧାନମନ୍ତ୍ରୀ ଜସିଣ୍ଡା ଆର୍ଡେନ୍ I କିଛି ସପ୍ତାହ ମଧ୍ୟରେ ସେ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରି ଦେଶକୁ ଚକିତ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୭ ତାରିଖରେ ଶେଷ ହେବାକୁ ଯାଉଛି । କିନ୍ତୁ, ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ସେ ଜଣେ ସାଂସଦ ଭାବେ କାର୍ଯ୍ୟ ଅବ୍ୟାହତ ରଖିବେ ବୋଲି ଆର୍ଡେନ୍ କହିଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟ, କୋଭିଡ ମହାମାରୀ ଏବଂ ଏହାର ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ ସମୟରେ ଦେଶ କୁ ରକ୍ଷା କରିଥିବା, ୪୨ବର୍ଷୀୟା ଆର୍ଡେନ୍ କହିଛନ୍ତି ଯେ ମୋର ଇସ୍ତଫା ଦେବା ସମୟ ଆସିଗଲା। ଆଉ ଚାରି ବର୍ଷ ଶାସନ ଚଳାଇବାକୁ ମୋର କ୍ଷମତା ନାହିଁ। ଅକ୍ଟୋବର ୧୪ ତାରିଖରେ ସାଧାରଣ ନିର୍ବାଚନ କରାଯିବ।

ନିଉଜିଲାଣ୍ଡ ଲେବର ପାର୍ଟିରୁ ଜିତି ସେ ପ୍ରଧାନମନ୍ତ୍ରୀ ପଦ ହାସଲ କରିଥିଲେ I ନିଜ ବିବୃତିରେ ସେ କହିଛନ୍ତି “ମୁଁ ମଣିଷ । ଯେତିକି ପାରିଲି ,ସେତିକି କଲି ଏବେ ମୋର ଇସ୍ତଫା ଦେବାର ବେଳ ଆସି ଯାଇଛି I ଏହାପରେ ମୁଁ ଆଉ ଲେବର ପାର୍ଟିରୁ ଲଢ଼ିବି ନାହିଁ I କିନ୍ତୁ ମୋର ବିଶ୍ୱାସ ବିଶ୍ବାସ ଆଗାମୀ ନିର୍ବାଚନରେ ‘ନିଉଜିଲାଣ୍ଡ୍‌ ଲେବର୍‌ ପାର୍ଟି’ ନିର୍ବାଚନରେ ବିଜୟୀ ହେବ। ଆର୍ଡର୍ଣ୍ଣ ଆହୁରି ମଧ୍ୟ କହିଛନ୍ତି, ଆଉ ବର୍ଷେ ନୁହେଁ, ଆଉ ଗୋଟିଏ ପାଳି ନିମନ୍ତେ ପ୍ରସ୍ତୁତି କରିବା ଲାଗି ଉପାୟ ବାହାର କରିବାକୁ ଚଳିତ ଗ୍ରୀଷ୍ମକାଳରେ ମୁଁ ଆଶା କରିଥିଲି। କିନ୍ତୁ, ତାହା କରିବାରେ ଅସମର୍ଥ ହେଲି। ମୋ ଇସ୍ତଫା ଦେବା ନିଷ୍ପତ୍ତିରେ କୌଣସି ଗୁପ୍ତ ରହସ୍ୟ ନାହିଁ।

୨୦୧୭ରେ ମେଣ୍ଟ ସରକାରରରେ ଆର୍ଡର୍ଣ୍ଣ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରେ ସେ କେନ୍ଦ୍ର ବାମପନ୍ଥୀ ଲେବର ପାର୍ଟିର ନେତୃତ୍ୱ ନେଇ ତିନି ବର୍ଷ ପରେ ନିର୍ବାଚନରେ ବିଜୟୀ ହୋଇଥିଲେ। କିନ୍ତୁ ନିକଟରେ ହୋଇଥିବା ନିର୍ବାଚନରେ ତାଙ୍କ ଦଳ ଏବଂ ବ୍ୟକ୍ତିଗତ ଲୋକପ୍ରିୟତା ହ୍ରାସ ପାଇଛି I

Launching Ceremony of “AYUSHMAN BHARAT

Comments are closed.