କରୋନା ମହାମାରୀ ସମୟରେ ନୂଆବର୍ଷ ଉତ୍ସବ ଫିକା ପଡ଼ିଯାଇଛି । କରୋନା ବ୍ୟାପିବା ଭୟରେ ବହୁ ରଜ୍ୟରେ କଡ଼ାକଡ଼ି କଟକଣା ଲାଗୁ ହୋଇଛି । ନୂଆବର୍ଷ ହେଉ ଅବା ଅନ୍ୟ କୌଣସି ଉତ୍ସବ ବାହାରେ ଏକାଠି ହୋଇ ନପାଳିବାକୁ ସରକାର ସତର୍କ କରାଉଛନ୍ତି । ଏହି ସମୟରେ ସର୍ବସାଧାରଣ, ହୋଟେଲ, କ୍ଲବ୍, ପର୍ଯ୍ୟଟନସ୍ଥଳୀ ଭଳି ମନୋରଞ୍ଜନ ସ୍ଥାନସବୁ ବନ୍ଦ କରାଯାଇଛି । ଏହିପରି ସ୍ଥଳରେ ନୂଆବର୍ଷକୁ ପାଳିବା କଷ୍ଟକର ହୋଇପଡ଼ୁଛି । ତଥାପି ପୁରୁଣା ବର୍ଷର ଦୁଃଖକୁ ଭୁଲି ନୂଆ ବର୍ଷର ଖୁସିକୁ ନିଜ ଜୀବନରେ ସ୍ୱାଗତ କରାଇବା ପାଇଁ ନୂଆବର୍ଷକୁ ପାଳନ କରନ୍ତୁ ।
ଘରେ ରଖନ୍ତୁ ଥିମ୍ ପାର୍ଟି-
ଆଜିକାଲି ଥିମ୍ ପାର୍ଟିର କ୍ରେଜ୍ ଚାଲିଛି । ବିଶେଷ କରି ବଲିଉଡ୍, ରେଟ୍ରୋ ଏବଂ ହାଲୋୱିନ୍ ଥିମ୍ ପାର୍ଟି ଟ୍ରେଣ୍ଡରେ ରହିଛି । ନୂଆବର୍ଷ ସକାଶେ ଆପଣ ଘରେ ଥିମ୍ ପାର୍ଟି ରଖନ୍ତୁ । ନିଜ ପ୍ରିୟବନ୍ଧୁ ବା ସମ୍ପର୍କୀୟଙ୍କ ସହିତ ଥିମ୍ ପାର୍ଟିର ମଜା ଉଠନ୍ତୁ । ଥିମ୍ ସହିତ ଘରକୁ ସଜାନ୍ତୁ । ବିଶେଷ କଥା ହେଲା ଏହିପରି ପାର୍ଟିରେ ବଜେଟ୍ କମ୍ ଲାଗେ ।
ଛାତ ବା ବଗିଚାରେ ଉତ୍ସବ- ଘରେ ଯଦି ପାର୍ଟି କରିବାକୁ ଚାହାନ୍ତି ନାହିଁ, ତେବେ ଆପଣ ଛାତ ଉପରେ ନୂଆବର୍ଷ ପାର୍ଟି କରିପାରିବେ । ଛାତରେ ପାର୍ଟି କରିବା ପାଇଁ ରଙ୍ଗୀନ୍ ଆଲୋକ ସହିତ ଫୁଲରେ ଡେକୋରେସନ୍ କରନ୍ତୁ ।
ଛାତ ଚଟାଣରେ ଗାଲିଚା କିମ୍ବା ଗଦି ପକାଇ ତଳେ ବସି ସାଙ୍ଗସଥୀଙ୍କ ସହିତ ଗପସପ କରନ୍ତୁ । ମିଳିମିଶି ବସି ବିଭିନ୍ନ ପ୍ରକାରର ଖେଳ ଖେଳନ୍ତୁ । ଯେପରି ସଙ୍ଗୀତ ଅନ୍ତାକ୍ଷରୀ, ଟ୍ରୁଥ୍ ଆଣ୍ଡ ଡେୟାର୍, କ୍ୟାରମ୍, ଲୁଡୋ ଆଦି ଖେଳ ।
ଯଦି ଆପଣ ବଗିଚାରେ ନୂଆବର୍ଷ ପାଳନ କରିବାକୁ ଚାହାନ୍ତି, ତେବେ ଗଛକୁ ରଙ୍ଗୀନ ଆଲୋକରେ ସଜାନ୍ତୁ ।
ବନ୍ ଫାୟାର୍ କରି ଚାରିପାଖରେ ବସି ଗେମ୍ ଖେଳନ୍ତୁ । ଏହାଛଡ଼ା ବନ୍ ଫାୟାର୍ରେ ତନ୍ଦୁରି ବା ବାଟି ଚୋଖା ଆଦି ଖାଦ୍ୟ ପ୍ରସ୍ତୁତ କରି ମିଳିମିଶି ଏହାର ମଜା ଉଠାନ୍ତୁ ।
ଡ୍ୟାନ୍ସ ପାର୍ଟି- ଘରେ କିମ୍ବା ଛାତରେ ଆପଣ ଡ୍ୟାନ୍ସ ପାର୍ଟିର ଆୟୋଜନ କରିପାରିବେ ।
ଏଥିପାଇଁ ଆଗୁଆ ପ୍ରସ୍ତୁତି କରିଦିଅନ୍ତୁ । ମୁ୍ୟଜିକ୍ ସିଲେକ୍ସନ୍ କରିବା ସହିତ ସ୍ପିକର୍, ଡ୍ରିଙ୍କସ୍, ଫୁଡ୍ ଆଦି ସାମଗ୍ରୀ ଆଗୁଆ ସଜାନ୍ତୁ ।
ଡିନର୍ ଡେଟ୍-ନିଜର ପ୍ରିୟ ମଣିଷଙ୍କ ସହିତ ନୂଆବର୍ଷ ପାଳନ କରିବାର ବେଷ୍ଟ ଉପାୟ ହେଉଛି, ଡିନର୍ ଡେଟ୍ ପାର୍ଟି ।
ଏହି ପାର୍ଟି କରିବା ପୂର୍ବରୁ ନାଲି ଗୋଲାପ, ବେଲୁନ୍, ଏଲ୍ଇଡି ଲାଇଡ୍ ଏବଂ କ୍ୟାଣ୍ଡେଲରେ ନିର୍ଦ୍ଧାରିତ ସ୍ଥାନକୁ ସଜାନ୍ତୁ । ଏହାସହିତ ଧୀର ଶବ୍ଦରେ ରୋମାଣ୍ଟିକ୍ ଗୀତ ଲଗାନ୍ତୁ ଏବଂ ନିଜ ପ୍ରିୟଙ୍କ ସହିତ ନୂଆବର୍ଷ ପାଳନ କରନ୍ତୁ ।
Comments are closed.