ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ବିଜେଡିର ଆଗୁଆ ପ୍ରସ୍ତୁତି I ନିଜ ସଙ୍ଗଠନକୁ ଅଧିକ ମଜବୁତ କରିବା ପାଇଁ ଶାସକ ବିଜେଡି ଆଜି ୬ଜିଲ୍ଲାରେ ନୂଆ ସଭାପତି,ଉପ ସଭାପତି ଓ ସାଧାରଣ ସମ୍ପାଦକ ନିଯୁକ୍ତ କରିଛି । ଏନେଇ ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି ।
ଏହି ଜିଲ୍ଲା ଗୁଡିକ ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ବିଜେଡି ସଭାପତି ନୃସିଂହ ଚରଣ ସାହୁ ହୋଇଥିବା ବେଳେ ଦେବୀ ପ୍ରସାଦ ଭୁତିଆଙ୍କୁ ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି।
ସେହିପରି ଅଶ୍ବିନୀ କୁମାର ପାତ୍ର ବାଲେଶ୍ବର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଝିହ୍ନା ହିକ୍କା କୋରାପୁଟ ଜିଲ୍ଲା ସଭାପତି ହୋଇଥିବା ବେଳେ ପ୍ରଶାନ୍ତ ଗୁପ୍ତାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ପ୍ରଭାସ କୁମାର ସିଂହକୁ ବରଗଡ଼ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଥିବା ବେଳେ ସୁଶାନ୍ତ ମହାପାତ୍ର ( ଜାପାନୀ)ଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି।
ଅନ୍ୟପକ୍ଷରେ, ହଲୁ ମୁଣ୍ଡାରିଙ୍କୁ ରାଉରକେଲାର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି। ରବି ସିଂହକୁ ଝାରସୁଗୁଡ଼ାର ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଛି।
ଏହା ସହିତ ସେହିପରି ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ କଳାହାଣ୍ଡି ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହିତ ୫ ଜଣ ନେତାଙ୍କୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଭବାନୀପାଟଣାର ସଭାପତି ଭାବେ ସୁରେନ୍ଦ୍ର ପ୍ରଧାନ, ଜୁନାଗଡ଼ର ସଭାପତି ଭାବେ ଦିନେଶ ବଗର୍ତ୍ତୀ, ଧର୍ମଗଡ଼ର ସଭାପତି ଭାବେ ମାନସ ରଞ୍ଜନ ବାଗ, ନର୍ଲାର ସଭାପତି ଭାବେ ଚିତ୍ତ ରଞ୍ଜନ ମଣ୍ଡଳ ଓ ଲାଞ୍ଜିଗଡ଼ର ସଭାପତି ଭାବେ ଶୈଳେନ୍ଦ୍ର ରାଜଙ୍କୁ ଦିଆଯାଇଛି । ଏହି ନୂଆ ନିଯୁକ୍ତି ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।

Comments are closed.