ଦିଲ୍ଲୀ: ନଭେମ୍ବର ୨୭: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂଆ କରୋନାର ପ୍ରଜାତି ଏବେ ଧୀରେ ଧୀରେ ସାରା ୟୁରୋପରେ ବ୍ୟାପିବାକୁ ଲାଗୁଛି । ଏହି ନୂଆ ପ୍ରଜାତିର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ଓମାଇକ୍ରନ୍’ ରଖିଛି । ସାର୍ସ କୋଭ୍-୨ ଭାଇରସ୍ ଉପରେ ଗବେଷଣା କରୁଥିବା ଟେକନିକାଲ୍ ଆଡଭାଇଜରି ଗ୍ରୁପ୍ ଭର୍ଚୁଆଲ ମିଟିଂରେ ଏହି ଭୂତାଣୁର ନାମକରଣ କରିଥିଲେ । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଏହି ନୂଆ ଭୂତାଣୁ ପ୍ରଥମେ ବୋସୱାନା, ହଂକଂ, ଇସ୍ରାଏଲ ଏବଂ ବେଲଜିୟମ ସମେତ ଧୀରେ ଧୀରେ ୫ଟି ଦେଶକୁ ଏହା ବ୍ୟାପି ଥିଲା ।
The Technical Advisory Group on SARS-CoV-2 Virus Evolution met today to review what is known about the #COVID19 variant B.1.1.529.
They advised WHO that it should be designated a Variant of Concern.
WHO has named it Omicron, in line with naming protocols https://t.co/bSbVas9yds pic.twitter.com/Gev1zIt1Ek— World Health Organization (WHO) (@WHO) November 26, 2021
ପୂର୍ବର ଆସିଥିବା ଡେଲ୍ଟା , ଡେଲ୍ଟା ପ୍ଲସ, ଆଲ୍ଫା, ବିଟା ଓ ଗାମା ଭ୍ୟାରିଏଣ୍ଟ ଠାରୁ ଏହା ଅଧିକ ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଏଣୁ ନୂଆ ଭତାଣୁ ଓମାଇକ୍ରନ୍ ସଂକ୍ରମଣ ରୋକିବା ଲାଗି ଶୁକ୍ରବାରଠାରୁ ବିଭିନ୍ନ ଦେଶ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । ସେହିପରି ମଧ୍ୟ ଭାରତ ବାହାରୁ ଆସୁଥିବା ଭାରତୀୟଙ୍କୁ ବାଧ୍ୟତାମୂଳକ ଟେଷ୍ଟିଂ ଏବଂ କ୍ୱାରେଣ୍ଟିରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିୟମ ରହିଛି । ଏକାଧିକ ଦେଶ ଦକ୍ଷିଣ ଆଫ୍ରିକା ଉପରେ ଯାତ୍ରା କଟକଣା ଲଗାଇଛନ୍ତି । ଜର୍ମାନୀ, ଇଟାଲୀ, ବ୍ରିଟେନ, ଫ୍ରାନ୍ସ, ସ୍କଟଲାଣ୍ଡ ଭଳି ୟୁରୋପୀୟ ଦେଶ ବିମାନ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ସେହିଭଳି ଇସ୍ରାଏଲ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ବିମାନ ଚଳାଚଳ ଉପରେ ରୋକ ଲାଗାଇଛି ।
ଅନ୍ୟପକ୍ଷରେ, ନୂଆ ଭୂତାଣୁର ପ୍ରକୋପ ଦେଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । କରୋନା ମହାମାରୀ ଓ ଟିକାକୁ ନେଇ ଏହି ବୈଠକରେ ଆଲୋଚନା ଚାଲିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାର ନୂଆ ଭୂତାଣୁରେ ପ୍ରଭାବିତ ଦେଶଗୁଡିକୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମୋଦିଙ୍କୁ ଟୁଇଟ୍ କରିଛନ୍ତି ।

Comments are closed.