ପୂଜା ଭେଟି ନୁହେଁ,ଆତ୍ମବିଶ୍ୱାସର ଦିନ – ମନମୋହନ

ଭୁବନେଶ୍ୱର : କେନ୍ଦ୍ର ସରକାର ଜିଏସ୍‌ଟିରେ ସଂସ୍କାର ଆଣିଛନ୍ତି। ଆଜିଠୁ ଦେଶରେ ନୂଆ ଜିଏସ୍‌ଟି ସଂସ୍କାର ଆରମ୍ଭ ହୋଇଛି। ନବରାତ୍ରିର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପୂଜା ଭେଟି ଦେଇଛନ୍ତି। ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ। ଜିଏସ୍‌ଟି ହ୍ରାସ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହିଭଳି ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ସାଧାରଣ ଜନତା ତାହାର ସୁଫଳ ପାଇବେ। ଏଣିକି କେବଳ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଟିକସ ବ୍ୟବସ୍ଥା ରହିଛି। ୧୨ ପ୍ରତିଶତ ଓ ୨୮ ପ୍ରତିଶତ ଜିଏସ୍‌ଟି ସ୍ଲାବ୍ ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇଛି। ଏପରିକି ଅଧିକାଂଶ ସାମଗ୍ରୀ ଶସ୍ତା ହୋଇଥିବାବେଳେ ୩୩ ଜୀବନ ରକ୍ଷାକାରୀ ଔଷଧରେ କିଛି ଟିକସ ଦେବାକୁ ପଡିବନାହିଁ। ସେପଟେ ନୂଆ ଜିଏସ୍‌ଟିକୁ ନେଇ ରାଜ୍ୟ ବିଜେପି ସଭାପତି ଏକ ପ୍ରେସମିଟ୍ କରିଛନ୍ତି। ସେ କହିଛନ୍ତି ନୂଆ ଜିଏସ୍‌ଟି ଦ୍ଵାରା ସଞ୍ଚୟ ହାର ବଢିବ।

ଜିଏସ୍‌ଟି ପରିଷଦର ୫୬ ତମ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶ୍ରୁତି ଆଇନରେ ପରିଣତ ହୋଇଛି। ଏହା ଦେଶର ନାଗରିକଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବ ଏବଂ କ୍ଷୁଦ୍ର ବ୍ୟବସାୟୀ ସମେତ ସମସ୍ତଙ୍କ ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ ସହଜ ହେବ। ଜିଏସ୍‌ଟି ସଂସ୍କାର ଆମ ଦେଶ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ । ନୂଆ ଜିଏସ୍‌ଟି ଦ୍ଵାରା ଯୁବକ, ଗରିବ, ମହିଳା ଓ ଚାଷୀ ସମସ୍ତେ ଉପକୃତ ହେବେ। ଏହାଦ୍ଵାରା ଦେଶର ଉତ୍ପାଦନ ବଢିବା ସହ ଆମଦାନୀ କମିବ। ଓଡିଶାର ପ୍ରାୟ ୨୦ ଲକ୍ଷ କେନ୍ଦୁପତ୍ର ତୋଳିଳି ମଧ୍ୟ ଉପକୃତ ହେବେ। କୋଇଲାରେ ଆମ ରାଜ୍ୟର ଆୟ ବଢିବ। ଏହା ଏକ ବୈପ୍ଳବିକ ପଦକ୍ଷେପ। ଏହା କେବଳ ପୂଜା ଭେଟି ନୁହେଁ , ଆତ୍ମବିଶ୍ଵାସର ଦିନ ବୋଲି କହିଛନ୍ତି ମନମୋହନ ସାମଲ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.