ସ୍ୱାଭିମାନ ଅଞ୍ଚଳରେ ନୂଆ କ୍ୟାମ୍ପ ବନେଇଲେ ବିଏସଏଫ ଯବାନ୍‌

ଘନବେଡା: ଡିସେମ୍ବର ୧୦: ସ୍ୱାଭିମାନ ଅଞ୍ଚଳ ପଣସପୁଟ ପଞ୍ଚାୟତ ଘନବେଡା ଠାରେ ନୂଆ କ୍ୟାମ୍ପ ତିଆରି କରିଛି ବିଏସଏଫ ଯବାନ। ଏହି କ୍ୟାମ୍ପ ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବେ ଯବାନ। ମାଓବାଦୀଙ୍କ ପାଇଁ ସେଠାରେ ଯେଉଁ ବିକାଶ ମୂଳକ କାମରେ ବାଧା ସୃଷ୍ଟି ହେଉଥିଲା ତାହା ବର୍ତ୍ତମାନ ବିନା କୌଣସି ଅସୁବିଧାରେ ହୋଇପାରିବ ବୋଲି ବିଶ୍ୱାସ ରଖିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ।
ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ ବୋଲି କହିଛନ୍ତି ମାଲକାନାଗିରି ଏସପି ପ୍ରହଲ୍ଲାମ ମିନା। ତେବେ ଏହି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠାକୁ ନେଇ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Govt

Comments are closed.