ଚିକିତ୍ସା ଅବହେଳାରୁ ନବଜାତକଙ୍କ ମୃତ୍ୟୁ,ଘରୋଇ ହସ୍ପିଟାଲରେ ତୁମୁଳ କାଣ୍ଡ

କଟକ : କଟକ ର ଏକ ଘରୋଇ ହସ୍ପିଟାଲ ନାଁ ରେ ସଂଗୀନ ଅଭିଯୋଗ । ଡାକ୍ତରଙ୍କ ଅବହେଳାରୁ ଜଣେ ନବଜାତକଙ୍କର ମୃତ୍ୟୁ ଘଟିଛି । କଟକ ସିଡିଏ ସେକ୍ଟର ୭ରେ ଥିବା ଏକ ଘରୋଇ ହସ୍ପିଟାଲ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ଶିଶୁଟିର ପରିବାର ଲୋକେ । ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା।

ସୂଚନା ଅନୁଯାୟୀ, ଯାଜପୁର ଡାକ୍ତରଖାନାରେ ରାଜେନ୍ଦ୍ର ସାହୁଙ୍କର ଏକ ଶିଶୁପୁତ୍ର ୨୬ ତାରିଖରେ ଜନ୍ମ ହୋଇଥିଲା । ପିଲାଟିର ସ୍ଵାସ୍ଥ୍ୟବସ୍ଥା ଖରାପ ହେବାରୁ ସେମାନେ କଟକ ଶିଶୁଭବନ ଆଣିଥିଲେ। ସେଠାରେ ଭେଣ୍ଟିଲେଟର ନମିଳିବାରୁ ଶିଶୁଟିକୁ କଟକ ସେକ୍ଟର ୭ରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଶିଶୁର ଅକ୍ସିଜେନ ସ୍ତର କମି କମି ଆସିଥିଲେ ସୁଦ୍ଧା ହସ୍ପିଟାଲରେ କେହି ଶିଶୁର ଚିକିତ୍ସା ପାଇଁ ଆସି ନଥିଲେ I ଏପରିକି ଘଂଟାଏ ପର୍ଯ୍ୟନ୍ତ ଡାକ୍ତରଙ୍କର ମଧ୍ୟ ଦେଖା ମିଳିନଥିଲା I ତେବେ ଡାକ୍ତରଙ୍କୁ ଯୋଗାଯୋଗ କରିବାରୁ ‘କିଛି ଚିନ୍ତା କରନ୍ତୁ ନାହିଁ ,ପିଲା ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି କହିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ଦୀର୍ଘ ସମୟ ଧରି ଡାକ୍ତର ନ ଆସିବାରୁ ପିଲାଟିର ଅକ୍ସିଜେନ ଲେବଲ କମିଯାଇ ମୃତ୍ୟୁ ଘଟିଥିଲା ବୋଲି ରାଜେନ୍ଦ୍ର ସାହୁ କହିଛନ୍ତି। ଏହି ଘଟଣା ପରେ ମର୍କତ ନଗର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

Launching Ceremony of “AYUSHMAN BHARAT

Comments are closed.