୮୦୦ ଏକର ଜାଗାରେ ଗଢା ହେବ ନୂଆ ଭୁବନେଶ୍ୱର

0

ଭୁବନେଶ୍ୱର: ଗଢ଼ା ହେବ ନୂଆ ଭୁବନେଶ୍ୱର । ରାଜଧାନୀର ଉପକଣ୍ଠରେ ଥିବା ମଳିପଡ଼ା, ଦଶପୁର, ଅନ୍ଧାରୁଆ ଏବଂ ଗୋଠପାଟଣା ଅଞ୍ଚଳରେ ୮୦୦ଏକର ଜମିରେ ଏକ ନୂତନ ଭୁବନେଶ୍ୱର ପ୍ରତିଷ୍ଠା ହେବ। ଏନେଇ ସୂଚନା ଦେଇଛନ୍ତି ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱର ସିଟିକୁ ନେଇ ବଢିଛି ଉତ୍କଣ୍ଠା ।

ନୂଆ ସହର ନିର୍ମାଣ ପାଇଁ ସିଙ୍ଗାପୁର ସରକାର ଏହାର ଡ୍ରଇଂ ଏବଂ ଡିଜାଇନ ପ୍ରସ୍ତୁତ ଦାୟିତ୍ୱ ନେଇଛନ୍ତି। ଏହା ଗୁଜରାଟର ଦୋଲେରା ସ୍ମାର୍ଟ ସିଟି ଢାଞ୍ଚାରେ ଏହାର ନିର୍ମାଣ ହେବା ନେଇ ଚିନ୍ତା କରାଯାଉଛି।

ଭବିଷ୍ୟତକୁ ଆଖି ଆଗରେ ରଖି, BDA ଏହାର ପରିସରକୁ ବିସ୍ତାର କରୁଛି ଏବଂ ନୂତନ ସହର ପାଇଁ ପ୍ରସ୍ତୁତି କରୁଛି। TP ଯୋଜନାରେ, BDA ସାଧାରଣ ଉପଯୋଗୀତା, ଜଳ ଯୋଗାଣ ଏବଂ ରାସ୍ତା ନିର୍ମାଣ ପାଇଁ ଲୋକଙ୍କୁ ସର୍ବାଧିକ ସ୍ଥାନ ଯୋଗାଇବା ପାଇଁ ବ୍ୟବସ୍ଥା କରୁଛି ।

ଆଗାମୀ ପ୍ରକଳ୍ପରେ ପାର୍କ, ହସ୍ପିଟାଲ, ଲୋକଙ୍କ ପାଇଁ ବାସଗୃହ, ଶିଳ୍ପ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ପେଡେଷ୍ଟ୍ରିୟାନଙ୍କ ପାଇଁ ଚାଲିବା ବ୍ୟବସ୍ଥା, ଓପନ ସ୍ପେସ, ଅର୍ଥନୈତିକ ଆକ୍ଟିଭିଟି ବ୍ୟବସ୍ଥା ରହିଛି । ଏହାର ଡିପିଆର ସିଙ୍ଗାପୁର ସରକାର ବନାଉଥିବା ବେଳେ, ଆବଶ୍ୟକ ଅର୍ଥ ମଧ୍ୟ ସେମାନଙ୍କୁ ଦିଆଯାଇଛି। ଆସନ୍ତା ଏକରୁ ଦୁଇ ମାସ ଭିତରେ ରାଜ୍ୟ ସରକାରଙ୍କୁ ଡିପିଆର ଦେବ ସିଙ୍ଗାପୁର। ସହର ବୃଦ୍ଧି ସହ ସହରକୁ ରି-ଡେଭଲପମେଣ୍ଟ ମଧ୍ୟ କରିବାକୁ ଆମେ ଯୋଜନା କରୁଛୁ।

ବିଡିଏର କ୍ଷେତ୍ରାଧିକାର କଟକ ସୀମା ପର୍ଯ୍ୟନ୍ତ ବିସ୍ତାର କରାଯାଇଛି । ଟିପି ସ୍କିମର କାମ ଦ୍ରୁତ ଗତିରେ ଚାଲିଛି । ଆମ ସରକାର ଏହାକୁ ଅଧିକ ଗୁରୁତ୍ୱ ଦେଉଛି। ଲୋକମାନେ କିପରି ଅଧିକ ସୁବିଧା ପାଇପାରିବେ ସେ ଦିଗରେ ସରକାର ଧ୍ୟାନ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Govt
Leave A Reply

Your email address will not be published.