ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ ଜାତୀୟ ପୋଲିସ ଏକାଡେମିର ସ୍ୱାଧୀନ ସଦସ୍ୟ ହେଲେ ପୂର୍ବତନ ଡିଜି ଅଭୟ

ଭୁବନେଶ୍ୱର: ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ ବୋର୍ଡର ଅଧ୍ୟକ୍ଷ ତଥା ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ ଜାତୀୟ ପୋଲିସ ଏକାଡେମିର (ଏସ୍‌ଭିପିଏନ୍‌ପିଏ) ସ୍ୱାଧୀନ ସଦସ୍ୟ ଭାବେ ମନୋନୀତ କରାଯାଇଛି ।

ଏସ୍‌ଭିପିଏନ୍‌ପିଏଠାରେ ମୁଖ୍ୟତଃ ଆଇପିଏସ୍‌ ଅଧିକାରୀଙ୍କ ସମେତ ବିଦେଶର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ଦିଗ ଉପରେ ତାଲିମ୍‌ ଦିଆଯାଇଥାଏ । ସେହିପରି ସୁରକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ନୀତିନିୟମ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥାଏ । କେନ୍ଦ୍ର ଗୃହ ସଚିବ ଏକାଡେମିର ଅଧ୍ୟକ୍ଷ ଥିବାବେଳେ ଏସ୍‌ଭିପିଏନ୍‌ପିଏର ନିର୍ଦ୍ଦେଶକ ଏହାର ସଦସ୍ୟ ତଥା ଆବାହକ ରହିଛନ୍ତି ।

ଇଣ୍ଟେଲିଜେନ୍‌ସ ବୁ୍ୟରୋର ନିର୍ଦ୍ଦେଶକ, ପୋଲିସ ଗବେଷଣା ଓ ବିକାଶର ନିର୍ଦ୍ଦେଶକ, କେନ୍ଦ୍ର ଗୃହ ବିଭାଗର ଅତିରିକ୍ତ ସଚିବ ଓ ଆର୍ଥିକ ଉପଦେଷ୍ଟା, ପୋଲିସ-୧ର ସ୍ୱତନ୍ତ୍ର ସଚିବ, ଡିଜିପି ଆସାମ, ଡିଜିପି ଚଣ୍ଡୀଗଡ଼, ଡିଜିପି ତାମିଲନାଡ଼ୁ, ଡିଜିପି ମଧ୍ୟପ୍ରଦେଶ, ବିଏସ୍‌ଏଫ୍‌ ଡିଜି, ଏନ୍‌ଇପିଏର ନିର୍ଦ୍ଦେଶକ, ଏସ୍‌ଭିପିଏନ୍‌ପିଏର ଯୁଗ୍ମ ନିର୍ଦ୍ଦେଶକ-୧ ଏବଂ ଏସ୍‌ଭିପିଏନ୍‌ପିଏର ଯୁଗ୍ମ ନିର୍ଦ୍ଦେଶକ ଏକାଡେମିର ସଦସ୍ୟ ଅଛନ୍ତି ।

Comments are closed.