ନେପାଳ ହିଂସା,ସେନା ଗୁଳିରେ ୨ କଏଦୀ ମୃତ ୧୦ ଆହତ

କାଠମାଣ୍ଡୁ : ୨ ଦିନ ଧରି ବ୍ୟାପକ ହିଂସା ପରେ ବର୍ତ୍ତମାନ ସେନା ନିୟନ୍ତ୍ରଣରେ ଶାସନ । ତଥାପି ଜାରି ରହିଛି ‘ଜେନ ଜେଡ’ ପିଢ଼ିର ବିକ୍ଷୋଭ । ଏହି ସମୟରେ ନେପାଳ ରାମେଛାପ ଜିଲ୍ଲାରେ ଜେଲ ଭାଙ୍ଗି ୨ କଏଦୀ ଫେରାର ହେଉଥିବାବେଳେ ସେନା ଗୁଳିରେ ପ୍ରାଣ ହରାଇଛନ୍ତି । ଏଥିରେ ଆଉ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଟଏବେ ସେନା ହାତକୁ ଶାସନ ଆସିବା ପରେ ଏହା ପ୍ରଥମ ହିଂସା । ଏସଏସବି ଦ୍ୱାରା ଭାରତ ସୀମାରେ ୩୫ ଜଣ କଏଦୀ ଅଟକ ରହିଥିବା ସୂଚନା ମିଳିଛି ।

ଅନ୍ୟପଟେ,ନେପାଳରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପ୍ରଦର୍ଶନକାରୀ ମାନେ ଜେଲରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ ।ଏହି ସମୟରେ ୧୮ ଜିଲ୍ଲାର ଜେଲରୁ ପ୍ରାୟ ୬ ହଜାର କଏଦୀ ଫେରାର ହୋଇଯାଇଛନ୍ତି । ଏଥିରେ କେବଳ କାସ୍କିରୁ ୭୭୩ କଏଦୀ ପଳାୟନ କରିଛନ୍ତି । ନବଲପରାସୀ ଜେଲରୁ ୫୦୦ କଏଦୀ ପଳାୟନ କରିଛନ୍ତି। ଚିତୱାନରୁ ୭୦୦ କଏଦୀ, କୈଲାଲିରୁ ୬୧୨ କଏଦୀ, ଜଳେଶ୍ୱରରୁ ୫୭୬ କଏଦୀ ପଳାଇଛନ୍ତି । ନେପାଳର ଜେଲରୁ ଖସି ପଳାଇଥିବା ୫ ଜଣ କଏଦୀ ଭାରତ-ନେପାଳ ସୀମା ଦେଇ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଏହି ଅନୁପ୍ରବେଶକାରୀମାନେ ସେମାନଙ୍କ ଯୋଜନାରେ ସଫଳ ହୋଇପାରି ନଥିଲେ ଏବଂ ସେମାନଙ୍କୁ ଗିରଫ କରାଯାଇଛି ।

Launching Ceremony of “AYUSHMAN BHARAT

Comments are closed.