ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଓଲି ଶର୍ମାଙ୍କ ଇସ୍ତଫା

କାଠମାଣ୍ଡୁ :ଅଶାନ୍ତ ନେପାଳ । ତେଜୁଛି ବିକ୍ଷୋଭକାରୀଙ୍କ ହିଂସାକାଣ୍ଡ । ନେପାଳ ହିଂସା ୨ୟ ଦିନରେ ଜଳୁଛି ନେପାଳ । ଥମୁନି ସରକାର ବିରୋଧୀ ହିଂସା । ଆଇନମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ । ତେବେ ନେପାଳ ସରକାରଙ୍କ ୧୦ ମନ୍ତ୍ରୀଙ୍କ ଇସ୍ତଫା ପରେ ନିଜ ପଦ ଛାଡିଛନ୍ତି ପ୍ରଧାନମନ୍ତ୍ରୀ କେ.ପି.ଓଲି ଶର୍ମା ।

ମୁଖ୍ୟତଃ ନେପାଳ ସରକାରଙ୍କ ଗୃହ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୂଚନା ମନ୍ତ୍ରଣାଳୟର ଦାୟିତ୍ବରେ ଥିବା ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି । ସେମାନେ କହିଛନ୍ତି ଯେ ସରକାର ନାଗରିକଙ୍କ ସ୍ୱର ଦମନ କରିବା ଏବଂ ଗଣତାନ୍ତ୍ରିକ ଅଧିକାରକୁ ସମ୍ମାନ ନ ଦେବା ପାଇଁ ଏହି ପଦକ୍ଷେପ ନେଇଛନ୍ତି। ଏହା ସହିତ, ଉପ-ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ନେପାଳ ସେନା କେ.ପି.ଓଲିଙ୍କୁ ଅଜ୍ଞାତ ସ୍ଥାନରେ ରଖିଛନ୍ତି । ଇସ୍ତଫା ପରେ କେ.ପି.ଙ୍କ ଦୁବାଇ ଚାଲିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ଆଇନମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଓଲି ଶର୍ମାଙ୍କ ଇସ୍ତଫା ଏହା ସହ ରାଷ୍ଟ୍ରପତିଙ୍କ ଭବନରେ ଧସେଇ ପଶିଥିଲେ ବିକ୍ଷୋଭକାରୀ । ସେହିଭଳି ମଙ୍ଗଳବାର ଦିନ, ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ ଏବଂ ଶେର ବାହାଦୁର ‘ଦେଉବା’ଙ୍କ ଘର ଉପରେ ଆକ୍ରମଣ କରି ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଇଛନ୍ତି ।

ଗତକାଲି ନେପାଳ ସରକାର ବିଶେଷତଃ ୨୬ ଟି ସୋସିଆଲ ମିଡ଼ିଆ ସାଇଟ ବ୍ୟାନ କରିବା ପରେ ଜେନ Z’ ପିଢ଼ି (୧୯୯୬ ରୁ ୨୦୧୦ ମଧ୍ୟରେ ଜନ୍ମିତ) ନେପାଳରେ ବ୍ୟାପକ ହିଂସାକାଣ୍ଡ ଭିଆଇଥିଲେ । ସୋସିଆଲ ମିଡ଼ିଆ ଉପରେ ପ୍ରତିବନ୍ଧକ ହଟିବା ପରେ ବି ନେପାଳରେ ହିଂସା ଥମିନଥିଲା । ନେପାଳ ସରକାର ଫେସବୁକ୍‍, ହ୍ୱାଟ୍ସଆପ୍‍, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆ ଆପ୍‍ ଉପରେ ରୋକ୍‍ ଲଗାଇବାରୁ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଯୁବପୀଢି । ଏହାସହିତ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ବିକ୍ଷୋଭ କରିଥିଲେ । ପ୍ରତିବାଦ ଏତେ ହିଂସାତ୍ମକ ହୋଇଗଲା ଯେ ପୁଲିସକୁ ଲୁହ ବୁହା ଗ୍ୟାସ୍‍ ସେଲ୍‍ ଫୁଟାଇବାକୁ ପଡିଥିଲା । ପୋଲିସ ଓ ଆନ୍ଦୋଳନକାରୀଙ୍କ ସଂଘର୍ଷରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି ।

Govt

Comments are closed.