ଫେବୃୟାରୀ ପ୍ରଥମ ସପ୍ତାହରେ ବଜାରକୁ ଆସିବ ନାଜାଲ ଭ୍ୟାକ୍ସିନ

ନୂଆଦିଲ୍ଲୀ : କୋଭିଡ ଟୀକାକରଣ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ I ଏଣିକି କୋଭିଡ ଟୀକା ନିଆଯିବ ନାକରେ I ଏହା ଦେଶର ପ୍ରଥମ ନାଜାଲ ଭାକସିନ ହୋଇଥିବାବେଳେ ,ଆସନ୍ତା ଫେବୃଆରୀରେ ଏହା ବଜାରରେ ଉପଲବ୍ଧ ହେବ I ଗଣତନ୍ତ୍ର ଦିବସ ଅବସରରେ ଦେଶର ପ୍ରଥମ ନାଜାଲ କୋଭିଡ ଟିକା ଇନକୋଭାକକୁ ଲଞ୍ଚ କରାଯାଇଛି I କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ଟିକାକୁ ଲଂଚ କରିଛନ୍ତି। ଏହି ସ୍ୱଦେଶୀ ଟିକାକୁ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି | ଗତ ଶନିବାର ଦିନ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣ ଏଲା ଗଣତନ୍ତ୍ର ଦିବସ ଅବସରରେ ଏହାକୁ ଲଞ୍ଚ କରାଯିବ ବୋଲି ଘୋଷଣା କରିଥିଲେ।

ଏହା ବିଶ୍ୱର ପ୍ରଥମ ଇଣ୍ଟ୍ରା-ନାଜାଲ ବା ଅନ୍ତର୍ନାସିକା ଟିକା, ଯାହା କୋଭିଡ୍ ପାଇଁ ସମ୍ପୂର୍ଣ୍ଣ ଭାବେ ଉପଯୋଗୀ । ଏହି ଟିକାକୁ ସହଜରେ ନାକ ବାଟେ ଦିଆଯାଇପାରିବ । ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ପରୀକ୍ଷା ନିରୀକ୍ଷା ପରେ ଅନୁମତି ପ୍ରଦାନ କରାଯାଇଛି । ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ଦ୍ୱାରା ନିର୍ମିତ ଏହି ଭ୍ୟାକ୍ସିନ ଫେବୃୟାରୀ ପ୍ରଥମ ସପ୍ତାହରେ ବଜାରରେ ଉପଲବ୍ଧ ହେବ। ଏହା ଏବେ କୋ-ଓ୍ୱିନ ଆପରେ ମଧ୍ୟ ଉପଲବ୍ଧ ହୋଇ ନାହିଁ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବରରେ ଭାରତ ବାୟୋଟେକ ଘୋଷଣା କରିଥିଲା ​​ଯେ ଏହି ଟିକାକୁ ସରକାରଙ୍କୁ ପ୍ରତି ସଟ ପିଛା ୩୨୫ ଟଙ୍କା ଏବଂ ଘରୋଇ ଟିକାକରଣ କେନ୍ଦ୍ରକୁ ୮୦୦ ଟଙ୍କାରେ ବିକ୍ରି କରିବ। ୱାଶିଂଟନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍ (ଡବ୍ଲୁଏସ୍ଏମ୍) ସହିତ ମିଳିତ ଭାବରେ ଭାରତ ବାୟୋଟେକ୍ ଦ୍ୱାରା ନାଜାଲ୍ ଟିକା ପ୍ରସ୍ତୁତ କରାଯାଇଛି। ଭାରତ ବାୟୋଟେକ୍ କରୋନାର ପ୍ରଥମ ସ୍ୱଦେଶୀ ଟିକା କୋଭାକ୍ସିନ୍ ମଧ୍ୟ ପ୍ରସ୍ତୁତ କରିଥିଲା ​​| ଭାରତ ବାୟୋଟେକ୍ ଏହି ନାଜାଲ ଟିକାର ନାମ iNCOVACC(ଇନକୋଭାକ) ନାମରେ ନାମିତ କରିଛି | ପୂର୍ବରୁ ଏହାର ନାମ ବିବିଭି୧୫୪ ରଖାଯାଇଥିଲା | ଏହି ଟିକା ନାକ ମାଧ୍ୟମରେ ଦିଆଯାଏ | ଏହି ଟିକା ଶରୀରରେ ପ୍ରବେଶ କରିବା ମାତ୍ରେ କରୋନା ସଂକ୍ରମଣକୁ ରୋକିଥାଏ I

ସମ୍ପ୍ରତି, ଭାରତ ବାୟୋଟେକ୍ iNCOVACC® (BBV154) କୁ ଦେଶରେ ଏକ ବୁଷ୍ଟର ଡୋଜ ଭାବରେ ବ୍ୟବହାର କରିବାକୁ ଘୋଷଣା କରିଥିଲା ​​I କୋଭାକ୍ସିନ ଓ କୋଭିସିଲ୍ଡ ମଧ୍ୟରୁ ଯେକୌଣସି ଟିକାକୁ ପ୍ରଥମ ୨ ଡୋଜ୍ ନେଇଥିଲେ ବି, ତୃତୀୟ ଡୋଜ୍ ବା ବୁଷ୍ଟର୍ ଡୋଜ୍ ଭାବେ ନାଜାଲ୍ ଭ୍ୟାକ୍ସିନକୁ ନେଇ ହେବ । ୪ସପ୍ତାହ ବ୍ୟବଧାନରେ ଏହାର ୨ଟି ଡୋଜ୍ ନେବାକୁ ପଡ଼ିବ । ଏହାକୁ ୧୮ବର୍ଷରୁ ଊର୍ଦ୍ଧ୍ୱ ଲୋକ ନେଇପାରିବେ । ନାକରେ ଦିଆଯାଉଥିବା ଏହି ଭାକ୍ସିନ ବୁଷ୍ଟର ଡୋଜ ଭାବେ କାମ କରିବ । ଏହାପୂର୍ବରୁ, ଭାରତ ବାୟୋଟେକ୍ iNCOVACC® ର ବୁଷ୍ଟର୍ ଡୋଜ ବ୍ୟବହାର ପାଇଁ କେନ୍ଦ୍ରୀୟ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ରୁ ଅନୁମୋଦନ ଲାଭ କରିଥିଲା ​​I

Launching Ceremony of “AYUSHMAN BHARAT

Comments are closed.