ନୟନତାରାଙ୍କ ପ୍ରଥମ ପ୍ରେମ

ସାଉଥ୍‌ ଫିଲ୍ମର ସୁପରହିଟ୍‌ ଅଭିନେତ୍ରୀ ନୟନତାରା ପ୍ରଫେସନାଲ ଲାଇଫ୍‌ ବ୍ୟତିତ ପର୍ସନାଲ୍‌ ଲାଇଫ୍‌କୁ ନେଇ ବେଶୀ ଚର୍ଚ୍ଚାରେ ରହିଥାନ୍ତି । ନୟନତାରା ଆକଫର ତଥା ପ୍ରଡ୍ୟୁସର ବିଗ୍ନ୍ନେଶ ଶିବନଙ୍କୁ ବିବାହ କରିଛନ୍ତି ଓ ସରୋଗେସୀ ସହାୟତାରେ ଦୁଇ ସନ୍ତାନର ମା ମଧ୍ୟ ପାଲଟି ଯାଇଛନ୍ତି । ବିଗ୍ନ୍ନେଶଙ୍କୁ ନୟନତାରା ପ୍ରେମ ବିବାହ କରିଛନ୍ତି ।

Nayanthara
ଅଭିନେତ୍ରୀ ନୟନତାରା , ପ୍ରଡ୍ୟୁସର ବିଗ୍ନ୍ନେଶ ଶିବନ

ତେବେ ସେ ତାଙ୍କର ପ୍ରଥମ ପ୍ରେମ ନୁହଁନ୍ତି । କାରଣ ବିଗ୍ନେଶଙ୍କ ପୂର୍ବରୁ ସେ କୋରିଓଗ୍ରାଫର ଓ ଆକଫର ପ୍ରଭୁ ଦେବାଙ୍କୁ ପ୍ରେମ କରୁଥିଲେ । କିନ୍ତୁ ତାଙ୍କର ଏହି ପ୍ରେମ ଅଧୁରା ରହି ଯାଇଥିଲା । କିନ୍ତୁ ପ୍ରଭୁ ଦେବାଙ୍କ ସହ ତାଙ୍କର ପ୍ରେମ ସଂପର୍କକୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା ।
Nayanthara

ଯେଉଁ ସମୟରେ ନୟନତାରା ପ୍ରଭୁ ଦେବାଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ ସେ ସମୟରେ ସେ ବିବାହିତ ଥିଲେ ଓ ୩ ସନ୍ତାନର ପିତା ଥିଲେ । ଏ ଦୁଇଜଣ ଲିଭ୍‌ ଇନ୍‌ରେ ମଧ୍ୟ ରହିଥିଲେ । କଥା ଦୁଇଜଣଙ୍କ ବିବାହ ପର୍ଯ୍ୟନ୍ତ ବି ପହଞ୍ଚିଯାଇଥିଲା କିନ୍ତୁ ଏହା ସମ୍ଭବ ହୋଇପାରି ନ ଥିଲା ।
Nayanthara

ଯେତେବେଳେ ପ୍ରଭୁ ଦେବାଙ୍କ ପନିୀଙ୍କୁ ଏହା ଜଣାପଡିଥିଲା ସେତେବେଳେ ସେ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ । କେବଳ ଏତିକି ନୁହେଁ ସେ ପ୍ରଭୁ ଦେବାଙ୍କୁ ଧମକ ଦେଇଥିଲେ ଯେ, ଯଦି ସେ ନୟନତାରାଙ୍କୁ ବିବାହ କରିବେ ତେବେ ସେ ହରତାଳ କରିବେ ।

Nayanthara

ଏହାପରେ ଉଭୟ ପରସ୍ପର ଠାରୁ ଦୂରେଇ ରହିବାକୁ ବାଧ୍ୟ ହୋଇଥିଲେ ।

Launching Ceremony of “AYUSHMAN BHARAT

Comments are closed.