ଓଟିଟିରୁ ମୁହଁ ଫେରାଇଲେ ନୱାଜ

ମୁମ୍ବାଇ: ଆଜିକାଲି ବଲିଉଡ୍‌ ଇଣ୍ଡଷ୍ଟ୍ରୀର ନାମୀଦାମୀ ଷ୍ଟାରମାନେ ଓଟିଟି ପ୍ଲାଟଫର୍ମରେ କାମ କରୁଛନ୍ତି । କୌଣସି ନା କୌଣସି ପ୍ରୋଜେକଫ ସହ ସମ୍ପୃକ୍ତ ହୋଇଛନ୍ତି, ନଚେତ୍‌ ଆଗାମୀ ଦିନରେ ଓଟିଟିରେ ନଜର ଆସିବାକୁ ଯାଉଛନ୍ତି । ସେହିପରି ଚରିତ୍ର ଅଭିନେତା ନୱାଜୁଦ୍ଦିନ ସିଦ୍ଧିକି ବଲିଉଡ୍‌ ସହ ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ଖୁବ ଆକଫିଭ୍‌ । ‘ଗେମ୍ସ ଅଫ୍‌ ୱାସେପୁର’ ଅଭିନେତା ନୱାଜ ମଧ୍ୟ ଅନେକ େୱବ୍‌ ସିରିଜ୍‌ରେ ଅଭିନୟ କରିଛନ୍ତି ଏବଂ ଡିଜିଟାଲ ଦୁନିଆରେ କମାଲ କରିବାରେ ଲାଗିଛନ୍ତି ।

ହେଲେ ଏବେ ଯେଉଁ ଖବର ସାମ୍ନାକୁ ଆସିଛି, ତାହା ନୱାଜଙ୍କ ପ୍ରଶଂସକଙ୍କୁ ଚକିତ କରିପାରେ । ରିପୋର୍ଟ ଅନୁଯାୟୀ, ନୱାଜୁଦ୍ଦିନ ସିଦ୍ଧିକି ଏବେ ଓଟିଟି ପ୍ଲାଟଫର୍ମକୁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଉଛନ୍ତି । ଏସମ୍ପର୍କରେ ନିଜେ ନୱାଜ ଏକ େୱବ୍‌ ପୋଟାର୍ଲକୁ ଦେଇଥିବା ଇଣ୍ଟରଭୁ୍ୟରେ ସ୍ପଷ୍ଟ କରିଛନ୍ତି । ଅଭିନେତା ସ୍ପଷ୍ଟ ଭାବରେ ଓଟିଟିରେ ଆଉ କାମ କରିବେ ନାହିଁ ବୋଲି କହିଛନ୍ତି । ଏହାସହ ଏହି ପ୍ଲାଟଫର୍ମ ଛାଡ଼ିବା ପଛର କାରଣ ସମ୍ପର୍କରେ ମଧ୍ୟ ଜଣାଇଛନ୍ତି । ନୱାଜୁଦ୍ଦିନ କହିଛନ୍ତି ଯେ ଆଜିକାଲି ଓଟିଟିର କଣ୍ଟେଟ୍‌ ବହୁତ ଖରାପ ହେବାରେ ଲାଗିଛି ଏବଂ ପୂର୍ବପରି ଏହା ଆଉ ଦମଦାର ରହୁନାହିଁ ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଏହି ପ୍ଲାଟଫର୍ମରେ ଆଉ ସଚ୍ଚୋଟତା ନାହିଁ ବରଂ ଡପିଂ ଗ୍ରାଉଣ୍ଡ୍‌ରେ ପରିଣତ ହେଉଛି । ଏବେ ଲୋକଙ୍କ ପାଖରେ କାହାଣୀ କହିବାକୁ କିଛି ନାହିଁ । ନେଟ୍‌ପ୍ଲିକ୍ସରେ ‘ସେକ୍ରେଡ୍‌ ଗେମ୍‌ସ’ରେ ଅଭିନୟ କରିବା ବେଳେ ପ୍ରାରମ୍ଭରେ ଡିଜିଟାଲ ପ୍ଲାଟଫର୍ମରେ ଏକ ଉତ୍ସାହ ଏବଂ ଚ୍ୟାଲେଞ୍ଜ୍‌ ଭରି ରହିଥିଲା । ନୂଆ ଟ୍ୟାଲେଣ୍ଟକୁ ସୁଯୋଗ ଦିଆଯାଉଥିଲା । ହେଲେ ଏବେ ସେହି ଫ୍ରେସନେସ୍‌ ନାହିଁ ଏବଂ ବଡ଼ ପ୍ରଡକ୍ସନ ହାଉସ୍‌ ଓ ଅଭିନେତାଙ୍କ ଏକ ବ୍ୟବସାୟ ହୋଇଛି ବୋଲି ଇଣ୍ଟରଭୁ୍ୟରେ କହିଛନ୍ତି । ଏହି କାରଣରୁ ସେ ଆଉ କୌଣସି େୱବ୍‌ ସିରିଜ୍‌ରେ କାମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ନୱାଜୁଦ୍ଦିନ ସିଦ୍ଧିକି ସେକ୍ରେଡ୍‌ ଗେମ୍ସ ପରି କିଛି ଦମଦାର େୱବ୍‌ ସିରିଜ୍‌ କରିଛନ୍ତି । ଏଥିରେ ନିର୍ବାହ କରିଥିବା ତାଙ୍କର ଚରିତ୍ର ଏବଂ ଅଭିନୟକୁ ଦର୍ଶକମାନେ ସର୍ବଦା ମନେରଖିବେ । ତେଣୁ ଆଗକୁ ସେକ୍ରେଡ ଗେମ୍ସର ତୃତୀୟ ସିଜିନରେ ନୱାଜ ନଜର ନଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Comments are closed.