ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ

ସମୟ ଲାଇଭ୍‍,୧୭/୧୦ : ବିଜେପୁର ଉପନିର୍ବାଚନ ପ୍ରଚାର ଆସନ୍ତା ୧୯ ତାରିଖରେ ଶେଷ ହେଉଥିବାବେଳେ ଆଜି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

ପୂର୍ବାହ୍ନରେ ହେଲିକପ୍ଟର ଯୋଗେ ବରଗଡ଼ ଜିଲ୍ଳା ଲାଉମୁଣ୍ଡା ହେଲିପ୍ୟାଡ଼ରେ ଓହ୍ଲାଇ କୁରକୁଟ୍ଟା ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ ସେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ରୋଡ଼ ଶୋ’ ଆରମ୍ଭ କରିଛନ୍ତି। ଦିନ ତମାମ ପ୍ରଚାର କରିବା ପରେ ପୂର୍ତ୍ତ ବିଭାଗ ଆଇବିରେ ରାତ୍ରିଯାପନ କରିବେ। ପରଦିନ ହେଲିକପ୍ଟର ଯୋଗେ ଗାଇସିଲଟ୍‍ ବ୍ଲକ୍‍ ତଳପାଲି ଯାତ୍ରା ପଡ଼ିଆରେ ଓହ୍ଲାଇ ରୋଡ଼୍‍ ଶୋ’ରେ ବାହାରିବେ।

ମତଦାତାଙ୍କ ଠାରୁ ଭୋଟ ଭିକ୍ଷା କରି ସେ ଅପରାହ୍ନରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ତେବେ ବିଜେଡ଼ି ସୁପ୍ରିମୋଙ୍କ ଏହି ଦୁଇଦିନିଆ ପ୍ରଚାର କାର୍ଯ୍ୟକ୍ରମକୁ ଟକ୍କର ଦେବା ପାଇଁ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଗସ୍ତ କରିବେ। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର ମଙ୍ଗ ଧରିବେ।

Launching Ceremony of “AYUSHMAN BHARAT

Comments are closed.