ଗାଇସିଲଟରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼୍‍ ଶୋ’

ସମୟ ଲାଇଭ୍‍,୧୮/୧୦ :  ବିଜେପୁର ଉପନିର୍ବାଚନ ପ୍ରଚାର ଆସନ୍ତା ୧୯ ତାରିଖରେ ଶେଷ ହେଉଥିବାବେଳେ ଆଜି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟଦିନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଆଜି ଗାଇସିଲଟରେ ସେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ରୋଡ଼ ଶୋ’ ଆରମ୍ଭ କରିଛନ୍ତି। ପୂର୍ତ୍ତ ବିଭାଗ ଆଇବିରୁ ବାହାରି ହେଲିକପ୍ଟର ଯୋଗେ ଗାଇସିଲଟ୍‍ ବ୍ଲକ୍‍ ତଳପାଲି ଯାତ୍ରା ପଡ଼ିଆରେ ଓହ୍ଲାଇ ରୋଡ଼୍‍ ଶୋ’ରେ ବାହାରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ମତଦାତାଙ୍କ ଠାରୁ ଭୋଟ ଭିକ୍ଷା କରି ସେ ଅପରାହ୍ନରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ।
ସୂଚନା ଥାଉ କି, ଗତକାଲି ପୂର୍ବାହ୍ନରେ ହେଲିକପ୍ଟର ଯୋଗେ ବରଗଡ଼ ଜିଲ୍ଳା ଲାଉମୁଣ୍ଡା ହେଲିପ୍ୟାଡ଼ରେ ଓହ୍ଲାଇ କାରକୁଟ୍ଟା ଅଭିମୁଖେ ଯାତ୍ରା କରିଥିଲେ। ଦିନ ତମାମ ପ୍ରଚାର କରିବା ପରେ ପୂର୍ତ୍ତ ବିଭାଗ ଆଇବିରେ ରାତ୍ରିଯାପନ କରିଥିଲେ। ତେବେ ବିଜେଡ଼ି ସୁପ୍ରିମୋଙ୍କ ଏହି ଦୁଇଦିନିଆ ପ୍ରଚାର କାର୍ୟ୍ୟକ୍ରମକୁ ଟକ୍କର ଦେବା ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଗସ୍ତ କରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି।

ସେହିପରି କଂଗ୍ରେସ ମଧ୍ୟ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ଚଳାଇଛି।

Launching Ceremony of “AYUSHMAN BHARAT

Comments are closed.