୬ ଅଧିକାରୀଙ୍କୁ ବରଖାସ୍ତ, ୫ଜଣଙ୍କ ପେନସନ ବନ୍ଦ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସମୟ ଲାଇଭ,୪/୧୧: ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ଦିଗରେ ଆଗକୁ ବଢ଼ିଚନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଦୁର୍ନୀତି ବିରୋଧରେ କନା ଆଭିମୁଖ୍ୟ ପ୍ରଦର୍ଶନ ପୂର୍ବକ ମୁଖ୍ୟମନ୍ତ୍ରୀ ଆଜି ୬ ଜଣ ଅଧିକାରୀଙ୍କୁ ବରଖାସ୍ତ କରିବା ସହ ୫ ଜଣଙ୍କ ପେନସନ ସୁବିଧା ସ୍ଥାୟୀଭାବେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଥାଉକି, ଗତ ଦୁଇମାସ ମଧ୍ୟରେ ମୋଟ ୪୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ୧୧ ଜଣଙ୍କ ପେନସନ ସୁବିଧା ସ୍ଥାୟୀଭାବେ ବନ୍ଦ କରାଯାଇଛି। ସେହିପରି ୧୦ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଉପରୋକ୍ତ ଅଧିକାରୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Launching Ceremony of “AYUSHMAN BHARAT

Comments are closed.