ମେଡିକାଲ୍ରୁ ଫେରିଲେ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର : ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇ ନବୀନ ନିବାସକୁ ଫେରିଛନ୍ତି। ହସ୍ପିଟାଲରୁ ଫେରିବା ପରେ ନବୀନ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ‘ମୁଁ ବିଲକୁଲ ଭଲ ଅଛି।’ ଏହା ସହ ନବୀନ ରାଜ୍ୟବାସୀଙ୍କୁ ବି ଧନ୍ୟବାଦ୍ ଦେଇ କହିଛନ୍ତି, ‘ମୁଁ ଅସୁସ୍ଥ ଥିବାବେଳେ ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ ତାଙ୍କୁ ଧନ୍ୟବାଦ। ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇଁ ଭଲ ଅଛି। ’’

ଡିହାଇଡ୍ରେସନ ଯୋଗୁ ଗତ ୧୭ ଅଗଷ୍ଟ ଅପରାହ୍ନରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସା ହେଉଥିଲେ। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ବୁଧବାର ସେ ଡିସଚାର୍ଜ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ସୂଚନା ଅନୁଯାୟୀ, ନବୀନଙ୍କୁ କିଛି ଦିନ ବିଶ୍ରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.