ପ୍ରକୃତି ପ୍ରେମୀ ଅଭିନେତା ରାଣା

ମୁମ୍ବାଇ: ସେପ୍‌ଟେମ୍ବର ୧୬: ବାହୁବଳୀ ଫେମ୍‌ ସାଉଥ୍‌ ଷ୍ଟାର ଅଭିନେତା ରାଣା ଦଗୁବାତି ତାଙ୍କର ଆଗାମୀ ଫିଲ୍ମ ‘ହାତୀ ମେରେ ସାଥୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମରେ ତାଙ୍କ ସହ ଅଭିନେତା ପୁଲକିତ ସମ୍ରାଟ ମଧ୍ୟ ଲିଡ୍‌ ରୋଲରେ ନଜର ଆସିବେ । ଅଭିନେତା ରାଣା ନିକଟରେ ଏକ ଇଣ୍ଟରଭୁ୍ୟରେ ଫିଲ୍ମ ସହ ବନ୍ୟଜୀବଙ୍କ ଉପରେ ଆଲୋଚନା କରିଛନ୍ତି । ରାଣା କହିଛନ୍ତି ଯେ, ଏହି ଫିଲ୍ମ ତାଙ୍କ ହୃଦୟକୁ ବେଶ୍‌ ଛୁଇଁଛି । କାରଣ ସେ ସବୁବେଳେ ବନ୍ୟଜୀବ ସଂରକ୍ଷଣର ସମର୍ଥନ କରିଆସୁଛନ୍ତି । ଏହାସହ ଏହି ଫିଲ୍ମ ତାଙ୍କ ମଧ୍ୟରେ ଥିବା ପ୍ରକୃତି ପ୍ରେମକୁ ପୁଣି ଥରେ ଜାଗ୍ରତ କରିବାର ସୁଯୋଗ ଦେଇଛି । ଫିଲ୍ମର ସମ୍ପୂର୍ଣ୍ଣ କାହାଣୀ ବନ୍ୟଜୀବ ସଂରକ୍ଷଣ ଏବଂ ସମର୍ଥନ ଉପରେ ଆଧାରିତ ହୋଇଥିବା ରାଣା କହିଛନ୍ତି । ସୂଚନା ଅନୁଯାୟୀ, ଫିଲ୍ମର ଅଧିକାଂଶ ଦୃଶ୍ୟ ବାସ୍ତବିକ ସ୍ଥାନରେ ସୁଟ୍‌ କରାଯାଇଛି । ନିଜ ଅଭିନୟକୁ ପରଦାରେ ଜୀବନ୍ତ କରିବା ପାଇଁ ସେ ହାତୀ ପ୍ରଶିକ୍ଷକଙ୍କ ସହ ୧୫ ଦିନ ଧରି ଟ୍ରେନିଂ ନେଇଥିଲେ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ପ୍ରଭୁ ସୋଲୋମନ ଏହାକୁ ନିର୍ଦ୍ଦେଶନା ଦେଇଥିବା ବେଳେ ଶ୍ରିୟା ପିଲାଗାଙ୍ଗୱକର ଏବଂ ଜୋୟା ହୁସେନ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ସେପେଫମ୍ବର ୧୮ରେ ଇରୋଜ ନାଓ ପ୍ଲାଟଫର୍ମ ଏବଂ ଜି-ସିନେମାରେ ଫିଲ୍ମଟି ୩ଟି ଭାଷାରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି । ରାଣା ଦଗୁବତି ୨୦୧୦ରେ ଫିଲ୍ମ ଲିଡର୍‌ ଜରିଆରେ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ସେହିପରି ହିନ୍ଦୀ ଫିଲ୍ମ ‘ଦମ୍‌ ମାରୋ ଦମ୍‌’ରେ ରାଣା ବଲିଉଡ୍‌ ଡେବୁ୍ୟ କରିଥିଲେ । ବଲିଉଡ୍‌ରେ ରାଣା ଡିପାର୍ଟମେଣ୍ଟ୍‌, ଦ ଗାଜି ଆଟାକ୍‌, େୱଲକୁମ୍‌ ଟୁ ନୁ୍ୟୟର୍କ, ହାଉସଫୁଲ ୪ ଏବଂ ବେବି ପରି ଫିଲ୍ମରେ କାମ କରିସାରିଛନ୍ତି । ୨୦୨୨ରେ ରାଣା ଫିଲ୍ମ ଭୀମଲା ନାୟକରେ ନଜର ଆସିବେ ଏବଂ ଏଥିରେ ରାଣାଙ୍କ ବ୍ୟତୀତ ପୱନ କଲ୍ୟାଣ, ନିତ୍ୟା ମେନନ ଓ ଐଶ୍ୱର୍ଯ୍ୟା ରାଜେଶ ମଧ୍ୟ ଅଭିନୟ କରୁଛନ୍ତି ।

Launching Ceremony of “AYUSHMAN BHARAT

Comments are closed.