ଗ୍ରୀଷ୍ମଦିନେ ଝାଳ ତ୍ୱଚା ସହ କେଶ ସମସ୍ୟାର କାରଣ ପାଲଟିଥାଏ । ବାହାରକୁ ବାହାରିବା ମାତ୍ରେ ପ୍ରଖର ଖରା ଏବଂ ପ୍ରବଳ ଗରମ ଯୋଗୁଁ ମୁଣ୍ଡରୁ ଝାଳ ବୋହିଥାଏ ଏବଂ ଧୂଳିମଳି ମଧ୍ୟ କେଶରେ ଜମାଟ ବାନ୍ଧିଥାଏ । ଏହି କାରଣରୁ ମୁଣ୍ଡ କୁଣ୍ଡେଇ ହେବା ପରି ସମସ୍ୟା ଉପୁଜିଥାଏ । କେଶରୁ ଦୁର୍ଗନ୍ଧ ମଧ୍ୟ ବାହାରେ । ତେଣୁ କେଶର ଗନ୍ଧକୁ ଦୂର କରିବା ପାଇଁ କିଛି ଘରୋଇ ଉପଚାର ଆପଣାନ୍ତୁ ।

–ସର୍ବପ୍ରଥମେ ପିଆଜ ରସ ଏଥିପାଇଁ ଭଲ ବିକଳ୍ପ ବୋଲି ଧରାଯାଏ । ପିଆଜ ରସ ରୂପି ଏବଂ କୁଣ୍ଡେଇ ହେବା ସମସ୍ୟାକୁ ଦୂର କରିବା ସହ କେଶକୁ ମୂଳରୁ ମଜବୁତ କରିଥାଏ । ଏଥିସହ କେଶ ଗନ୍ଧରୁ ସବୁଦିନ ବର୍ତ୍ତିବା ପାଇଁ ପିଆଜ ରସ ସହ ଲେମ୍ବୁକୁ ମିଶାଇ ଲଗାନ୍ତୁ । ଏହାର ଅଧ ଘଣ୍ଟା ପରେ ସାମ୍ପୁ ସାହାଯ୍ୟରେ ମୁଣ୍ଡ ଧୋଇଦେବେ ।

– କେଶ ମୂଳରେ ଜମା ବ୍ୟାକେଫରିଆକୁ ଆପଣ ଆପଲ୍ ସାଇଡର୍ ଭିନେଗାର ଦ୍ୱାରା ହଟାଇପାରିବେ । ଗୋଟିଏ ପାତ୍ରରେ ତିନି ଚାମଚ ଆପଲ୍ ସାଇଡର୍ ଭିନେଗାରରେ ୨ କପ୍ ପାଣି ମିଶାନ୍ତୁ । ଏହି ମିଶ୍ରଣକୁ ସ୍କାଲ¬ ଏବଂ କେଶରେ ଲଗାନ୍ତୁ । ଶୁଖିଗଲା ପରେ ସାଧା ପାଣିରେ କେଶ ଧୋଇପାରିବେ । ସପ୍ତାହକୁ ଗୋଟିଏ ଥର ଏପରି କଲେ ଆପଣଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବ ।

–ଭିଟାମିନ ସି’ରେ ଭରପୂର ଲେମ୍ବୁରେ ତେଲକୁ ଦୂର କରିବାର ଗୁଣ ରହିଛି । ଏଥିସହ ବ୍ୟାକେଫରିଆକୁ ମୂଳରୁ ସଫା କରିବାର କ୍ଷମତା ମଧ୍ୟ ରହିଛି । ଗୋଟିଏ ପାତ୍ରରେ ୨ କପ୍ ଗରମ ପାଣି ନେଇ ଦୁଇ ଚାମଚ ଲେମ୍ବୁର ରସ ମିଶାନ୍ତୁ । ଏହାକୁ ଲଗାଇବା ପୂର୍ବରୁ କେଶକୁ ଭଲ ଭାବରେ ସଫା କରନ୍ତୁ । ଏହାପରେ ଏହାକୁ କେଶରେ ଲଗାଇ ଦିଅନ୍ତୁ । କିଛି ସମୟ ପରେ ମୁଣ୍ଡକୁ ସାଧା ପାଣିରେ ଧୋଇଦେବେ । କିଛି ସପ୍ତାହ ଏପରି କଲେ ଆପଣ ନିଜେ ଫରକ ଜାଣିପାରିବେ ।

Comments are closed.