ନର୍ଗିସଙ୍କୁ ମିଳିଲା ନୂଆ ପ୍ରେମ

ଫିଲ୍ମ ‘ରକ୍‌ଷ୍ଟାର’ରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ନର୍ଗିସ ଫାଖରୀ ନିଜ ପ୍ରଫେସନାଲରୁ ଅଧିକ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଗତ ବର୍ଷ ଅଭିନେତ୍ରୀ ନର୍ଗିସ ଆମେରିକୀୟ ସେଫ୍‌ ଜଷ୍ଟିନ ସାଣ୍ଟୋସ୍‌ଙ୍କୁ ଡେଟ୍‌ କରୁଥିବା ଖବର ବଲିଉଡ୍‌ ଲାଇମଲାଇଟ୍‌ରେ ଥିଲା,

ନର୍ଗିସଙ୍କୁ ମିଳିଲା ନୂଆ ପ୍ରେମ
ଅଭିନେତ୍ରୀ ନର୍ଗିସ ଆମେରିକୀୟ ସେଫ୍‌ ଜଷ୍ଟିନ ସାଣ୍ଟୋସ୍‌

ହେଲେ ଉଭୟଙ୍କ ସମ୍ପର୍କ ଦୀର୍ଘଦିନ ଧରି ତିଷ୍ଠି ହୋଇରହିପାରିନଥିଲା ।
ଜଷ୍ଟିନ୍‌ଙ୍କ ପୁର୍ବରୁ ଅଭିନେତା ଉଦୟ ଚୋପ୍ରାଙ୍କ ସହ ବ୍ରେକଅପ୍‌ ହୋଇଥିଲା । ବ୍ରେକ୍‌ଅପ୍‌ ପରେ ନର୍ଗିସ ବହୁତ ଭାଙ୍ଗି ପଡ଼ିଥିଲେ । ଏହିପରି କି ସେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଭାରତ ମଧ୍ୟ ଛାଡ଼ି ଦେଇଥିଲେ ।

ନର୍ଗିସଙ୍କୁ ମିଳିଲା ନୂଆ ପ୍ରେମ
ଅଭିନେତ୍ରୀ ନର୍ଗିସ, ଉଦୟ ଚୋପ୍ରା

ଏବେ ଖବର ଆସିଛି ଯେ ତାଙ୍କ ଜୀବନରେ ପୁଣି ଥରେ ପ୍ରେମର ଫୁଲ ଫୁଟିଛି । ରିପୋର୍ଟ ଅନୁଯାୟୀ ଲସ୍‌ଏଞ୍ଜେଲସରେ ରହୁଥିବା ନର୍ଗିସ ଏବେ ଜଣେ ବ୍ୟବସାୟୀଙ୍କ ପ୍ରେମରେ ଉବୁଟୁବୁ । ଅଭିନେତ୍ରୀ ନର୍ଗିସଙ୍କୁ କାଶ୍ମୀରର ବାସିନ୍ଦା ଟୋନି ବେଇଗ୍‌ ରୂପେ ପୁଣି ଥରେ ଭଲ ପାଇବା ମିଳିଛି । ଆମେରିକାର ‘ଡିଓଜ୍‌ ଗ୍ରୁପ୍‌’ର ମାଲିକ ହେଉଛନ୍ତି ଟୋନି ।

ନର୍ଗିସଙ୍କୁ ମିଳିଲା ନୂଆ ପ୍ରେମ
ନର୍ଗିସ, ଟୋନି ବେଇଗ୍‌

ସୂତ୍ର ଅନୁଯାୟୀ ନର୍ଗିସ ଏବଂ ଟୋନି ବେଇଗ୍‌ ବର୍ଷ ୨୦୨୧ର ଶେଷ ଆଡ଼କୁ ସାମାଜିକ ଭାବେ ସାକ୍ଷାତ କରିଥିଲେ ଏବଂ ପ୍ରଥମ ଭେଟରେ ହିଁ ଉଭୟ ପରସ୍ପରର ପ୍ରେମରେ ପଡ଼ିଯାଇଛନ୍ତି । ଏବେ ଦୁହେଁ ଏକତ୍ର ସମୟ ବିତାଉଥିବା ଜଣାପଡ଼ିଛି । ନର୍ଗିସ ଏହାକୁ ଲୋ-ପ୍ରୋଫାଇଲ ରଖିବାକୁ ଚାହୁଁଛନ୍ତି, କାରଣ ତାଙ୍କ ପ୍ରେମ ଏବେ ନୂଆ ନୂଆ ।

Launching Ceremony of “AYUSHMAN BHARAT

Comments are closed.