ହାଇଦ୍ରାବାଦ: ଜୁଲାଇ ୦: ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତକାଲି କେସିଆରଙ୍କ ଗଡକୁ ଯାଇ ସେଠାରେ ମନଭରି ଶୁଣେଇଛନ୍ତି କେସିଆରଙ୍କୁ । ତେଲେଙ୍ଗାନାବାସୀ ପରିବର୍ତ୍ତନ ଚାହୁଁଥିବା ମୋଦୀ କହିଛନ୍ତି । ସେମାନେ ତେଲେଙ୍ଗାନାରେ ଡବଲ ଇଞ୍ଜିନ ସରକାର ଚାହାନ୍ତି । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ପରେଡ ଗ୍ରାଉଣ୍ଡରେ ବିଜେପିର ବିଜୟ ସଂକଳ୍ପ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନzା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲେଙ୍ଗାନାର ଗରିବଙ୍କୁ ମାଗଣା ରାସନ ମିଳୁ, ମାଗଣା ଚିକିତ୍ସା ହେଉ ଏବଂ ବିଜେପି ସରକାରଙ୍କ ନୀତିର ଲାଭ ସଭିଙ୍କୁ ବିନା ଭେଦ ଭାବରେ ମିଳିବା ଉଚିତ । ଏହାକୁ ହିଁ ସବକା ସାଥ, ସବକା ବିକାଶ କୁହାଯାଏ । ୨୦୧୯ ନିର୍ବାଚନରେ ବିଜେପି ଯେତେ ଜନସମର୍ଥନ ତେଲେଙ୍ଗାନାରୁ ହାସଲ କରିଥିଲା, ସେଥିରେ ନିରନ୍ତର ବୃଦ୍ଧି ଘଟି ଚାଲିଥିବା କଥା କହିଛନ୍ତି ମୋଦି । ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ମିଳୁଛି । ଆଜି ମହିଳା ଅନୁଭବ କରୁଛନ୍ତି ଯେ, ସେମାନଙ୍କ ଜୀବନ ସହଜ ହୋଇଛି, ସେମାନଙ୍କୁ ଅନେକ ସୁବିଧା ସୁଯୋଗ ମିଳୁଛି । ଏବେ ସେମାନେ ଦେଶ ବିକାଶରେ ଅଧିକ ଯୋଗଦାନ ଦେଇ ପାରିବେ । ବିଜେପି ଏହି ସେବା ଭାବର ଲାଭ ତେଲେଙ୍ଗାନାର ପ୍ରତ୍ୟେକ ଗରିବ, ପଛୁଆ, ଦଳିତ ଏବଂ ମଧ୍ୟମ ବର୍ଗକୁ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Comments are closed.