ବିବାହ ବନ୍ଧନରେ ବାନ୍ଧିହେବେ ଦକ୍ଷିଣ ଅଭିନେତ୍ରୀ ନୟନତାରା

ମୁମ୍ବାଇ: ଜୁନ ୦୮: ବଡ ବଡ କଳାକାରଙ୍କ ସହ କାମ କରିଥିବା ଦକ୍ଷିଣ ଅଭିନେତ୍ରୀ ନୟନତାରା ଦୀର୍ଘ ଦିନ ଧରି ଇଣ୍ଡଷ୍ଟ୍ରିରେ କାମ କରିଆସିଛନ୍ତି । ତେବେ ବର୍ତ୍ତମାନ ଏହି ଅଭିନେତ୍ରୀ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନିକଟରେ ତାଙ୍କର ବିବାହ ତାରିଖ ଘୋଷଣା କରାଯାଇଛି । କୁହାଯାଉଛି ଜୁନ୍‌ ୯ରେ ନୟନତାରା ନିର୍ଦ୍ଦେଶକ ବିଗ୍ନେଶଙ୍କୁ ବିବାହ କରିବେ । ସାଉଥର ମହାବାଲିପୁରର ଏକ ରିସୋର୍ଟରେ ଏହି ଗ୍ରାଣ୍ଡ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ଦେଶର ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ସାମିଲ ହେବେ । ବର ଏବଂ କନ୍ୟା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସହ ବହୁ ବଡ ବଡ କଳାକାରମାନଙ୍କୁ ଏହି ବିବାହ ନିମନ୍ତ୍ରଣ କରିଛନ୍ତି । କହିବାକୁ ଗଲେ ନୟନତାରା ଏବଂ ବିଗ୍ନେଶ ଗତ ୬ ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ । ସେମାନଙ୍କର ପ୍ରେମ କାହାଣୀ ବିଷୟରେ କହିବାକୁ ଗଲେ ଉଭୟ ଏକାଠି କାମ କରିଥିଲେ ଏବଂ ପରେ ସେମାନେ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ । ଗତ ବର୍ଷ ଦୁହେଁ ନିର୍ବନ୍ଧ କରିଥିଲେ । ଉଭୟ ଜୁନ୍‌ ୯ରେ ବିବାହ କରିବା ନେଇ ତାରିଖ ଘୋଷଣା କରିଛନ୍ତି ।

Govt

Comments are closed.