ନୈନତାରା ଓ ବିଗ୍ନେଶଙ୍କ ବିବାହରେ ସାମିଲ ହେଲେ ଅନେକ ସେଲିବ୍ରିଟି

ନୂଆଦିଲ୍ଳୀ: ଜୁନ ୦୯: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଷ୍ଟାର କପଲ୍‌ ହେଲେ ବିଗ୍ନେଶ ଶିବନ ଏବଂ ନୟନତାରା । ବହୁ ଦିନ ହେବ ଦୁହିଁଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଥିଲେ । ଆଜି ସେହି ଦିନ ଆସିଯାଇଛି । ଆଜି ନୟନତାରା ଏବଂ ବିଗ୍ନେଶ୍‌ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଦମ୍ପତିଙ୍କ ବିବାହ ବିଷୟରେ ଅଧିକ କିଛି ସୂଚନା ମିଳିପାରି ନାହିଁ । କି;ୁ ରିସର୍ଟ ଏବଂ ଅତିଥିମାନଙ୍କ ବିଷୟରେ କିଛି କିଛି ଖବର ସାମ୍ନାକୁ ଆସୁଛି । ଖବର ଅନୁଯାୟୀ, ନୟତାରା-ବିଗ୍ନେଶ ମହାବାଲିପୁରମରେ ଏକ ବିଳାସପୂର୍ଣ୍ଣ ରିସର୍ଟ ବୁକ୍‌ କରିଛନ୍ତି । ଉଭୟ ଏଠାରେ ବିବାହ କରିବେ ଏବଂ ଗ୍ରାଣ୍ଡ ରିସେପଲନ୍‌ ଦେବେ । ଅତିଥିମାନଙ୍କ ବିଷୟରେ କହିବାକୁ ଗଲେ, ସାଉଥ ଇଣ୍ଡଷ୍ଟ୍ରିରୁ ବଲିଉଡ ପର୍ଯ୍ୟନ୍ତ ପ୍ରାୟତଃ ସମସ୍ତ ଷ୍ଟାରମାନେ ଏହି ବିବାହ ଉତ୍ସବରେ ଯୋଗ ଦେଇଛନ୍ତି । ସୁପରଷ୍ଟାର ଶାହରୁଖ ଖାନ ମଧ୍ୟ ନୟନତାରା ଏବଂ ବିଗ୍ନେଶଙ୍କ ବିବାହରେ ଯୋଗ ଦେଇଛନ୍ତି । କହିବାକୁ ଗଲେ, ଶାହାରୁଖ ଏବଂ ନୟନତାରା ଫିଲ୍ମ ଜୱାନରେ ଏକାଠି ନଜର ଆସିବେ । ଶାହାରୁଖଙ୍କ ବ୍ୟତୀତ ସୁପରଷ୍ଟାର ରଜନୀକାନ୍ତ, କମଲ ହାସନ ଏବଂ ବଲିଉଡର ଅନେକ କଳାକାର ମଧ୍ୟ ଉପସ୍ଥିତ ଅଛନ୍ତି ।

Comments are closed.