ନେଲ୍‌ ଜୁଏଲାରୀ ବ୍ୟବହାରର ଜରୁରୀ ଟିପଣୀ

ଫ୍ୟାଶନେବୁଲ ଦେଖାଯିବା ପାଇଁ ନିଜକୁ ଅପଡେଟ୍‌ ମଧ୍ୟ କରିଚାଲିଛନ୍ତି ଆଜିକାଲିର ଯୁବପିଢି । ଅନ୍ୟଙ୍କଠାରୁ ଭିନ୍ନ ଲୁକ୍‌ ପାଇବା ପାଇଁ ସବୁବେଳେ କିଛି ନୂଆ କରିବାକୁ ପ୍ରୟାସ କରିଥାନ୍ତି । ସେହିପରି ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଯୁବତୀମାନେ ନଖ ପ୍ରତି ବେଶି ଗୁରୁତ୍ୱ ଦେଉଛନ୍ତି । ଯେମିତିକି ଭଳି କି ଭଳି ନେଲ୍‌ ପେଣ୍ଟ୍‌ କରିବା କିମ୍ବା ନେଲ୍‌ ଆର୍ଟ କରିବା । ହେଲେ ନେଲ୍‌କୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆଜିକାଲି ଫ୍ୟାଶନ ବଜାରରେ ଆସିଯାଇଛି ନେଲ୍‌ ଜୁଏଲାରୀ ।
 ନେଲ୍‌ ଜୁଏଲାରୀ ବ୍ୟବହାରର ଜରୁରୀ ଟିପଣୀ
କେହି ବି ନାରୀ ଡଲ୍‌ କିମ୍ବା ବୋରିଂ ନେଲ୍‌ ଚାହାନ୍ତି ନାହିଁ । ପ୍ରତିଦିନ ଯେକୌଣସି କଲର୍‌ର ନେଲ୍‌ ପେଣ୍ଟ କରି ପାର୍ଟି ଓ ପଙ୍କସନ୍‌କୁ ଯିବା ବଦଳରେ କିଛି ନିଆରା ଚାହୁଁଛନ୍ତି । ଭଲ ଆଉଟ୍‌ଫିଟ୍‌ ଯେମିତି ଜରୁରୀ ସେହିପରି ନଖର ମଧ୍ୟ ଭଲ ଡ୍ରେସ୍‌ କୋର୍ଡ ରହିବା ଉଚିତ୍‌ । ସମସ୍ତଙ୍କୁ ନେଲ୍‌ ଆର୍ଟ ବହୁତ ପସନ୍ଦ । ହେଲେ ସୋସିଆଲ ମିଡିଆ ଯୋଗୁଁ ଏହି ନେଲ୍‌ ଆର୍ଟ ଏବେ ଏକ ନୂତନ ସ୍ତରରେ ପହଞ୍ଚିଛି । ଚଳିତ ସିଜିନରେ ନଖ ପାଇଁ ନୂଆ ଟ୍ରେଣ୍ଡ୍‌ ପାଲଟିଛି ନେଲ୍‌ ଜୁଏଲାରୀ । ବର୍ତ୍ତମାନ ଆପଣ ଅଳଙ୍କାର ସହିତ ନିଜ ନଖକୁ ମଧ୍ୟ ସଜାଇ ଦେଇପାରିବେ ।
 ନେଲ୍‌ ଜୁଏଲାରୀ ବ୍ୟବହାରର ଜରୁରୀ ଟିପଣୀ
ଫ୍ୟାଶନ ମାର୍କେଟରେ ବିଭିନ୍ନ ପ୍ରକାରର ନେଲ୍‌ ଜୁଏଲାରୀ ଉପଲବ୍ଧ ହେଉଛି । ହାତର ଗୋଟିଏ ଆଙ୍ଗୁଠି କିମ୍ବା ପ୍ରତି ଆଙ୍ଗୁଠି ପାଇଁ ଏହି ଜୁଏଲାରୀ ମିଳୁଛି । କେବଳ ହାତ ପାଇଁ ନୁହେଁ ଏଥିରୁ ଗୋଡ଼ ନଖର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ । ହେଲେ ଆଜିକାଲି ଗୋଲï ଏବଂ ସିଲଭର୍‌ର ଆସୁଥିବା ନେଲ୍‌ ଜୁଏଲାରୀ ସମସ୍ତଙ୍କ ପ୍ରିୟ ପାଲଟିଛି । ଏହାକୁ ଆପଣ କିଣି ଘରେ ମଧ୍ୟ ଅତି ସହଜରେ ଲଗାଇପାରିବେ ।
କିଛି ଟି«
-ଟ୍ରେଣ୍ଡି ନେଲ୍‌ ଜୁଏଲାରୀକୁ ଆପଣ ଯେକୌଣସି ନଖରେ ଲଗାଇପାରିବେ । ଏହାକୁ ପ୍ରୟୋଗ କରିବା ପୂର୍ବରୁ ଆପଣ ନିଜ ଇଚ୍ଛା ମୁତାବକ ନେଲ୍‌ ପେଣ୍ଟ୍‌ କରାଇପାରିବେ ନଚେତ୍‌ ନେଲ୍‌ ଆର୍ଟ ମଧ୍ୟ କରିପାରିବେ ।
– ପ୍ରଥମେ ନେଲ୍‌ରେ ଏକ ଟ୍ରାନ୍ସପ୍ୟାରେଣ୍ଟ ନେଲ୍‌ପଲିସ୍‌ର ଏକ କୋଟ୍‌ ଆପ୍ଲାଏ କରନ୍ତୁ । ନେଲ୍‌ ଜୁଏଲାରୀକୁ ଧରି ରଖିବା ପାଇଁ ଏହା ସହାୟତା କରିବ । ନେଲ୍‌ ପେଣ୍ଟ୍‌ ନଶୁଖିବା ପୂର୍ବରୁ ହିଁ ଏହି ଜୁଏଲାରୀ ଲଗାଇପାରିବେ ।
 ନେଲ୍‌ ଜୁଏଲାରୀ ବ୍ୟବହାରର ଜରୁରୀ ଟିପଣୀ
– ଅସ୍ଥାୟୀ ଭାବେ ନେଲ୍‌ ଜୁଏଲାରୀ ପିନ୍ଧିବାକୁ ଚାହୁଁଥିଲେ କେବଳ ଗୋଟିଏ କୋଟ୍‌ ହିଁ ଆବଶ୍ୟକ । ଆଉ ଯଦି ସପ୍ତାହ ପାଇଁ ପିନ୍ଧିବାକୁ ଚାହୁଁଛନ୍ତି, ତାହେଲେ ନେଲ୍‌ ଗ୍ଲì ଆପ୍ଲାଏ କରିବାକୁ ପଡ଼ିବ ।
– ସେହିପରି ନେଲ୍‌ ଜୁଏଲାରୀକୁ ବାହାର କରିବାକୁ ହେଲେ ଆପଣଙ୍କୁ ଟୁଇଜର୍‌ର ଆବଶ୍ୟକତା ପଡ଼ିପାରେ ।
– ନେଲ୍‌ ଜୁଏଲାରୀର ଫାଇଦା ହେଉଛି ଆପଣଙ୍କ ନଖ ଲମ୍ବା ନହେଲେ ବି ଏଥିରେ ଆରାମରେ ଫିଟ୍‌ ହୋଇପାରେ । ଛୋଟ ନଖକୁ ଆହୁରି ଏଲିଗାଣ୍ଟ ଲୁକ୍‌ ଦେବାରେ ଏହା ସହାୟକ ହୋଇଥାଏ ।
 ନେଲ୍‌ ଜୁଏଲାରୀ ବ୍ୟବହାରର ଜରୁରୀ ଟିପଣୀ
– ପାର୍ଟି ହେଉକି ଅଫିସ୍‌ କିମ୍ବା କଲେଜ୍‌ ସବୁଥିରେ ଆପଣ ଏହା ଟ୍ରାଏ କରିପାରିବେ । ହେଭି ଜୁଏଲାରୀ ବଦଳରେ ସିମ୍ପଲ୍‌ ନେଲ୍‌ ଜୁଏଲାରୀ ପିନ୍ଧିପାରିବେ ।
-ଏହି ଜୁଏଲାରୀକୁ ଟ୍ରାଏ କରିବାକୁ ଯଦି ଚାହୁଁଛନ୍ତି ତାହେଲେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ନେଲ୍‌ ଗ୍ଲì ନଖ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଅଧିକ ଦିନ ରହିଲେ ନଖ ମଧ୍ୟ ଖରାପ ହୋଇପାରେ । ତେଣୁ ଗ୍ଲì ଛଡ଼ାଇବା ପାଇଁ ସର୍ବଦା ଚେଷ୍ଟା କରିବେ ।

Govt

Comments are closed.