ହ୍ରିତିକଙ୍କ ମିଷ୍ଟ୍ରି ଗର୍ଲ ସବା

ଗତ କିଛି ଦିନ ଧରି ସବୁଠି ସୁପରଷ୍ଟାର ହ୍ରିତିକ ରୋଶନଙ୍କ ମିଷ୍ଟ୍ରି ଗର୍ଲକୁ ନେଇ ଚର୍ଚ୍ଚା ଜାରି ରହିଛି । ଗତ ଶୁକ୍ରବାର ଅଭିନେତା ହ୍ରିତିକ ରୋଶନଙ୍କୁ ମିଷ୍ଟ୍ରି ଗର୍ଲଙ୍କ ସହ ଡିନର ଡେଟ୍‌ ପରେ ସ୍ପଟ୍‌ କରାଯାଇଥିଲା । ଭାଇରାଲ ଭିଡିଓରେ ହ୍ରିତିକ ଯୁବତୀଙ୍କୁ ମିଡିଆରୁ ବଞ୍ଚାଇ କାରରେ ବସାଉଥିବା ଦେଖାଯାଇଥିଲା ।
 ହ୍ରିତିକଙ୍କ ମିଷ୍ଟ୍ରି ଗର୍ଲ ସବା
ଏହି ସମୟରେ ପରସ୍ପର ହାତ ଧରିଥିବା ନଜର ଆସିଥିଲେ । ଏହି ଭିଡିଓ ପରେ ଲଗାତାର ହ୍ରିତିକ ନିଜ ଡେଟିଂ ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତେବେ ଭାଇରାଲ ହେବା ପରେ ଜଣାପଡ଼ିଛି ଯେ ସେହି ମିଷ୍ଟ୍ରି ଗର୍ଲ ଆଉ କେହି ନୁହନ୍ତି ବରଂ ବଲିଉଡ୍‌ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ସବା ଆଜାଦ ।

ସବା ଅନେକ ଫିଲ୍ମରେ କାମ କରିସାରିଛନ୍ତି । ସେ ପପୁଲାର ଥିଏଟର କଳାକାର, ପ୍ଲେରାଇଟର୍‌ ଏବଂ ନିର୍ଦ୍ଦେଶକ ସଫଦର ହାସମୀଙ୍କ ଝିଆରୀ । ସବା ନିଜ ସ୍କୁଲ ପାଠ ଶେଷ ହେବା ପରେ ଈଶାନ ନାୟରଙ୍କ କ୍ଷୁଦ୍ର ଚଳଚ୍ଚିତ୍ରରୁ ନିଜ ଆକଫିଂ କ୍ୟାରିଅର ଆରମ୍ଭ କରିଥିଲେ ।
 ହ୍ରିତିକଙ୍କ ମିଷ୍ଟ୍ରି ଗର୍ଲ ସବା
୩୨ ବର୍ଷୀୟା ସବା ୨୦୦୮ରେ ‘ଦିଲ୍‌ କବzୀ’ ଜରିଆରେ ବଲିଉଡ୍‌ ଡେବୁ୍ୟ କରିଥିଲେ । ଏଥିରେ ସବା ରାହୁଲ ବୋଶଙ୍କ ସହ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ । ଏହାପରେ ନୁ୍ୟକମର ସାକିବ ସଲିମଙ୍କ ସହ ‘ମୁଝସେ ଫ୍ରେଣ୍ଡସିପ୍‌ କରୋଗେ’ରେ କାମ କରିବାର ସୁଯୋଗ ମିଳିଥିଲା ।
 ହ୍ରିତିକଙ୍କ ମିଷ୍ଟ୍ରି ଗର୍ଲ ସବା
ଏହି ଫିଲ୍ମ ୨୦୧୧ରେ ରିଲିଜ୍‌ ହୋଇଥିଲା । ଏହାପରେ ଅଭିନେତ୍ରୀ ପ୍ୟାର୍‌ େୱଜ୍‌, କନେକେଫଡ୍‌, ଫିଲ୍ସ ଲାଇଫ୍‌ ଇସ୍କରେ ହିନ୍ଦୀ ଓ ଇଂରାଜୀରେ ନିର୍ମିତ ଶର୍ଟ ଫିଲ୍ମ ଏବଂ ରକେଟ୍‌ ବୟ ସିରିଜ୍‌ରେ କାମ କରିଛନ୍ତି । ଅଭିନୟ ସହ ସବା ମୁ୍ୟଜିକ ଇଣ୍ଡଷ୍ଟ୍ରୀରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ‘ନୋଟଙ୍କି ସାଲା’ ଫିଲ୍ମର ଲୋକପ୍ରିୟ ଗୀତ ଧକ୍‌-ଧକ୍‌ ଗାଇଛନ୍ତି । ଏହାସହ ଆହୁରି ମଧ୍ୟ ଅନେକ ଫିଲ୍ମରେ କଣ୍ଠଦାନ କରିଛନ୍ତି ।
 ହ୍ରିତିକଙ୍କ ମିଷ୍ଟ୍ରି ଗର୍ଲ ସବା

ହ୍ରିତିକଙ୍କ ପୂର୍ବରୁ ସବା ଆଜାଦ ନସିରୁଦ୍ଦିନ ଶାହଙ୍କ ପୁଅ ତଥା ଅଭିନେତା ଇମାଦ ଶାହଙ୍କ ସହ ଦୀର୍ଘ ବର୍ଷ ଧରି ଲିଭ୍‌ ଇନ୍‌ ରିଲେସନସିପ୍‌ରେ ରହିଥିଲେ । ଫିଲ୍ମ ଏବଂ ଗୀତ ବ୍ୟତୀତ ସବାଙ୍କ ପାଖରେ ଅନେକ ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି । ୨୦୧୪ରେ ହ୍ରିତିକ ରୋଶନ ଏବଂ ସୁଜେନ ଖାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା ।

Govt

Comments are closed.