ଶରୀରରେ ଟାଟୁ କରିବାର ପରମ୍ପରା ଦୁନିଆରେ ନୂଆ ନୁହେଁ । ଶତାବ୍ଦୀ ପୂର୍ବରୁ ଟାଟୁର ଆବଶ୍ୟକତା ଥିଲା କିନ୍ତୁ ଆଜିର ସମୟରେ ଟାଟୁ ଲୋକଙ୍କ ସଉକ ଏବଂ ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟ୍ରେ ପରିଣତ ହୋଇଛି । ହେଲେ ବିଶ୍ୱରେ ଏପରି ଏକ ଜନଜାତି ରହିଛନ୍ତି ଯାହାଙ୍କ ପାଇଁ ଟାଟୁ ସୁରକ୍ଷିତ ରହିବାର ଏକ ମାଧ୍ୟମ ଥିଲା । ପଶଫିମ ମିଆଁମାରରେ ବସବାସ କରୁଥିବା ‘ଲାଇ ତୁ ଚିନ’ ଜନଜାତିର ମହିଳାମାନେ ଟାଟୁ କରିବାର ପରମ୍ପରାକୁ ମାନିଆସୁଥିଲେ, ଯେଉଁଥିପାଇଁ ସେମାନେ ବିଶ୍ୱ ପରିଚିତ ହୋଇପାରିଛନ୍ତି ।

ତେବେ ଏହା ପଛରେ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସ୍ଥାନୀୟ ଚୀନ ଲୋକଙ୍କ ଅନୁଯାୟୀ, ଥରେ ବର୍ମାର ରାଜା ଏହି ଅଞ୍ଚଳକୁ ଆସିଥିଲେ ଏବଂ ତାଙ୍କୁ ଏଠାକାର ମହିଳା ବେଶ୍ ଆକର୍ଷଣୀୟ ଲାଗିଥିଲେ । ତା’ପରେ ବର୍ମା ରାଜା ଏଠାକାର ମହିଳାଙ୍କୁ ରାଣୀ କରିବା ପାଇଁ ଅପହରଣ କରିନେଇଥିଲେ । ଏହି ଘଟଣା ପରେ ଲାଇ ତୁ ଚୀନ ଜନଜାତି ଭୟଭୀତ ହୋଇଗଲେ ଏବଂ ସେମାନେ ତାଙ୍କର ଝିଅ ଓ ମହିଳାଙ୍କ ଚେହେରାରେ ଅଜବ ଟାଟୁ କରିବା ପରମ୍ପରା ଆରମ୍ଭ କରିଥିଲେ ।

ଏହା ବ୍ୟତୀତ ଟାଟୁକୁ ନେଇ ଅନ୍ୟ ବିଶ୍ୱାସ ରହିଛି ଯେ, ଏହି ଜନଜାତିର ମହିଳା ନିଜକୁ ସୁନ୍ଦର କରିବା ପାଇଁ ଟାଟୁ କରୁଥିଲେ ଯେପରି ସେମାନେ ଅନ୍ୟ ଜନଜାତିଙ୍କଠାରୁ ଭିନ୍ନ ଦେଖାଯିବେ । କେବଳ ସେତିକି ନୁହେଁ ଏହି ପରମ୍ପରା ସେମାନଙ୍କ ଧର୍ମ ସହ ଜଡ଼ିତ ରହିଛି ।

ଲୋକଙ୍କ କହିବା ଅନୁଯାୟୀ, ବ୍ରିଟିଶ ସାମ୍ରାଜ୍ୟ ସ୍ଥାପନ ହେବା ପରେ ଚୀନ ଅଳ୍ପସଂଖ୍ୟକକୁ ଇସାଇ କରାଦିଆଯାଉଥିଲା ଏବଂ କୁହାଯାଉଥିଲା ଯେ ଯେଉଁମାନେ ଟାଟୁ କରିବେ ସେମାନଙ୍କୁ ସ୍ୱର୍ଗ ପ୍ରାପ୍ତି ହେବ । ଚେହେରାରେ ଟାଟୁ କରିବାକୁ ଅମାନବୀୟ ଘୋଷିତ କରାଯାଇ ଏହା ଉପରେ ୧୯୬୦ ଦଶକରେ ବର୍ମାର ସରକାର ବ୍ୟାନ ଲଗାଇଥିଲେ । ଏହି କାରଣରୁ ଏବେ କେବଳ ବୟସ୍କ ମହିଳାଙ୍କଠାରେ ଏହି ଟାଟୁ ଦେଖିବାକୁ ମିଳୁଛି ଏବଂ ସେମାନେ ଏହାର ଶେଷ ପିଢି ବୋଲି ବିବେଚନା କରାଯାଉଛି ।


Comments are closed.